ନବରଙ୍ଗପୁରରେ ସ୍ବାମୀର ନାରକୀୟ କାଣ୍ଡ । ସ୍ତ୍ରୀକୁ ହତ୍ୟା ପରେ ଖଟରେ ଥିବା ବକ୍ସରେ ଲୁଚାଇ ଫେରାର ହୋଇଗଲା ଅଭିଯୁକ୍ତ ଦୁଷ୍ମନ୍ତ ନାୟକ । ଚନ୍ଦାହାଣ୍ଡି ଥାନା ହଳଦି ଗାଁର ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ପ୍ରାୟ ୨-୩ ଦିନ ତଳେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଘରୁ ଦୁର୍ଗନ୍ଧ ବାହାରିବା ପରେ ପୁଲିସକୁ ଖବର ଦେଇଥିଲେ ପଡ଼ୋଶୀ ।
ପୁଲିସ ପହଞ୍ଚି ଘର ତାଲା ଭାଙ୍ଗିବା ପରେ ସାମ୍ନାକୁ ଆସିଲା ଘଟଣା । ମୃତ ମହିଳା ହେଲେ ଅନିତା ସୋରି । ତେବେ ଅଭିଯୁକ୍ତ ଦୁଷ୍ମନ୍ତ କାହିଁକି ନିଜ ସ୍ତ୍ରୀଙ୍କୁ ହତ୍ୟା କଲେ ତାହା ଜଣାପଡ଼ି ନାହିଁ । ସାଇଣ୍ଟିଫିକ୍ ଟିମ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଛି ପୁଲିସ ।