Odia News Portal

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବାଲିଯୋଡ଼ା ଗ୍ରାମରେ ସ୍ତ୍ରୀକୁ ତାର ସ୍ୱାମୀ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଲେ କୁନିମଣି ସିଂହ। ପୁଲିସ ଅଭିଯୁକ୍ତ ସ୍ୱମୀ ଶୁକଦେବ ସିଂହକୁ ଅଟକ ରଖିଛି।

ଗତକାଲି ରାତିରେ ଶୁକଦେବ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ଶୁକଦେବ ଉତ୍‌କ୍ଷିପ୍ତ ହୋଇ ପଥର ଆଣି କୁନିମଣିଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଘଟଣାସ୍ଥଳରେ କୁନିମଣିଙ୍କର ମୃତ୍ୟୁ ଘଟିଥିଲା।ଘଟଣାସଂପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶୁଭଦେବଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।