ଆରଡ଼ି ଇଶ୍ୱର ବାବା ଆଖଣ୍ଡଳମଣି ମନ୍ଦିର ନିକଟରେ ଜଣେ ସେବାୟତ ଙ୍କ ଘର ଭିତରେ ମାଟି ତଳୁ ବିରଳ ମୂର୍ତ୍ତି ସହ ସ୍ଵର୍ଣ୍ଣ ଅଳଙ୍କାର ଉଦ୍ଧାର ହୋଇଛି l
ଘଟଣା କୁ ଲୋକ ଲୋଚନକୁ ନ ଆଣି ଚପାଇ ଦେବା ପାଇଁ ଉଦ୍ୟମ ଚାଲୁଥିବା ବେଳେ ମୁଁହ ଖୋଲିଛନ୍ତି ଉଦ୍ଧାର କରିଥିବା ପଣ୍ଡିତ ନରୋତ୍ତମ ମିଶ୍ର l
ସୂଚନା ମୁତାବକ ବାବା ଆଖଣ୍ଡଳମଣି ମନ୍ଦିର ନିକଟରେ ରହୁଥିବା ସେବାୟତ ରବିନାରାୟଣ ମିଶ୍ର ଙ୍କ ଘରେ କିଛି ଦିନ ପୂର୍ବରୁ କିଛି ଔଲକିକ ଘଟଣା ଘଟିବାରୁ ସେ ନରୋତ୍ତମ ମିଶ୍ର ଙ୍କ ସହ ଆଲୋଚନା କରିଥିଲେ l ତାଙ୍କ ନିର୍ଦେଶ କ୍ରମେ ସେବାୟତ ଙ୍କ ଘରେ ପୂଜା ପାଠ ହୋମ ଯଜ୍ଞ କରାଯାଇଥିଲା l ଘର ଭିତରେ ପନ୍ଦର ଫୁଟ ଗଭୀର ଗର୍ତ୍ତ ଖୋଳିବା ପରେ ବିଭିନ୍ନ ପ୍ରକାର ର ସ୍ଵର୍ଣ୍ଣ ଅଳଙ୍କାର ସହ, ଶିବ ପାର୍ବତୀ, ଗଣେଶ, କାର୍ତିକ, ବୃଷବ ଆଦି ମୂର୍ତ୍ତି ଉଦ୍ଧାର କରାଯାଇଛି l
ଉଦ୍ଧାର ହୋଇଥିବା ସମସ୍ତ ଅଳଙ୍କାର ମୂର୍ତ୍ତି ସୁନା ବୋଲି ଦାବି ହୋଇଥିବା ବେଳେ ଏହା ବାବା ଆଖଣ୍ଡଳମଣିଙ୍କ ସମ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି l
ଅନ୍ୟ ପକ୍ଷରେ ସେବାୟତ ଜଣଙ୍କ ଅଳଙ୍କାର କଥା ଅସ୍ବୀକାର କରିଥିବା ବେଳେ ମୂର୍ତ୍ତି ସବୁ ପିତଳ ଧାତୁରେ ଗଢ଼ା ବୋଲି କହିଛନ୍ତି l
ପ୍ରଶାସନ ଏଥିରେ ହସ୍ତକ୍ଷେପ କଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ଆଲୋଚନା ହୋଇଛି l