Odia News Portal

ସୁରକ୍ଷାବାହିନୀ ଗୁଳିରେ ଜଣେ ମାଓ କ୍ୟାଡର ନିହତ

 ବାଲିଗୁଡ଼ା ଥାନା ମିଡିଆକିଆ ବୋରିକିଆ ନିକଟ ଆଡାର ଜଙ୍ଗଲ ସେସେର ଗାଁରେ ମାଓବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଏନକାଉଣ୍ଟର। ସୁରକ୍ଷାବାହିନୀ ଗୁଳିରେ ଜଣେ ମାଓ କ୍ୟାଡର ନିହତ। ଛତ୍ରଭଙ୍ଗ ଦେଲେ ମାଓବାଦୀ।

ସୂଚନାନୁଯାୟୀ, ଶୁକ୍ରବାର ସକାଳୁ ବୋରିକିଆ ନିକଟ ଆଡାର ଜଙ୍ଗଲରେ ଏସ.ଓ.ଜି ବାହିନୀ କମ୍ବିଂ ଅପରେସନ କରୁଥିବା ବେଳେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ।

ସୁରକ୍ଷାବାହିନୀ ଏହାର ପାଲଟା ଜବାବ ଦେଇଥିଲା। ଏହି ଏନକାଉଣ୍ଟରରେ କେ.କେ.ବି.ଏନ ମାଓ ସଙ୍ଗଠନର ଜଣେ ମାଓ କ୍ୟାଡର ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ୧୦ରୁ ଉର୍ଦ୍ଧ୍ଵ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି।