Odia News Portal

ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ସଫା

ମାଓ ବିରୋଧୀ ଅପରେସନରେ ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି । ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ସଂଗଠିତ ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ୩୧ଜଣ ମାଓବାଦୀ ସଫା ହୋଇଥିବା ଜଣାଯାଇଛି । ୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଏଥିସହ ୨ ଜଣ ଯବାନ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ମେଡିକାଲ ନେବା ଲାଗି ଜଗଦଲପୁର ଅଞ୍ଚଳରୁ ଏମ୍‌ଆଇ ହେଲିକେପ୍ଟରକୁ ପଠାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ରବିବାର ସକାଳେ ବିଜାପୁରର ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିବା ବେଳେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିୟମ ହୋଇଥିଲା । ୩୧ ଜାନୁଆରୀରୁ ସେନାମାନଙ୍କ ପକ୍ଷରୁ ଆଣ୍ଟି-ମାଓବାଦୀ ଅପରେସନ୍ ଆରମ୍ଭ ହୋଇଛି । ପଶ୍ଚିମ ବସ୍ତର ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ନେଇ ସୂଚନା ମିଳିଥିଲା । ଯାହା ପରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଓ ସିଆରପିଏଫ୍ ସ୍େସଶାଲ ଟାସ୍କ ଫୋର୍ସ ମିଳିତ ଭାବେ କମାଣ୍ଡୋ ବାଟାଲିୟନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ କୋବ୍ରା ଏହି ଅପରେସନ୍‌ରେ ସାମିଲ । ଏଭଳି ଘଟଣା ପରେ ବସ୍ତର ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି ।