ସୁଭଦ୍ରା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପରାମର୍ଶ । ଜାନୁଆରୀ ୨୯ ଓ ୩୦ ତାରିଖ ବ୍ୟାଙ୍କ ଯାଆନ୍ତୁ । ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବେ । ଯେଉଁମାନଙ୍କୁ କଲ୍ ଆସିଛି, ମେସେଜ୍ ଆସିଛି ଯାଆନ୍ତୁ । ଦ୍ୱନ୍ଦ୍ୱ ଦୂର ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ । ବ୍ୟାଙ୍କମାନଙ୍କରେ ବ୍ୟାନର ଲାଗିଥିବ, ସେଠି ପହଞ୍ଚିବେ । ବ୍ୟାଙ୍କ ପହଞ୍ଚି ଅଡୁଆ ଦୂର କଲେ ସମସ୍ତେ ଟଙ୍କା ପାଇବେ ।
ବର୍ତ୍ତମାନ ସୁଦ୍ଧା ୧ କୋଟି ୭ ଲକ୍ଷ ୨୩ ହଜାର ୨୪୯ ସୁଭଦ୍ରା ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୮୦ ଲକ୍ଷ ୨୯ ହଜାର ୭୪୧ ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ୩ ଲକ୍ଷ ୩୧ ହଜାର ୧୮୮ ଜଣଙ୍କ ଏନ୍ପିସିଆଇ ଫେଲ୍ ହୋଇଛି । ଚତୁର୍ଥ ପର୍ୟ୍ୟାୟ ପୂର୍ବରୁ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ଶେଷ ସୁଯୋଗ । ଏହାକୁ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
କାଲି ବ୍ୟାଙ୍କର୍ସମାନଙ୍କ ସହ କଥା ହୋଇଛନ୍ତି ସଚିବ । ୨୯ ଓ ୩୦ ତାରିଖରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏନ୍ପିସିଆଇ ଫେଲ୍ ହୋଇଥିବା ହିତାଧିକାରୀଙ୍କ ପାଇଁ ରହିବ ସ୍ୱତନ୍ତ୍ର ବ୍ୟବସ୍ଥା । ବ୍ୟାଙ୍କ ଯାଇ ଏନ୍ପିସିଆଇ ଆକ୍ଟିଭେଟ୍ କରିବେ ହିତାଧିକାରୀ । ଏନ୍ପିସିଆଇ କ୍ଲିୟର ହେଲେ ଚତୁର୍ଥ ପର୍ୟ୍ୟାୟରେ ସମସ୍ତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ପ୍ରଥମ କିସ୍ତି