ସୁଭଦ୍ରାକୁ ନେଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଯୋଜନାକୁ ନେଇ ବିରୋଧୀ ନାନା କଥା କହିବେ । ମାତ୍ର ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଉଛି । ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳୁଛି ବିଜେପି । ୫ ହଜାର ଟଙ୍କା ଏକ ଛୋଟ ଆରମ୍ଭ ହୋଇପାରିବ । ଟଙ୍କା ଫେରାଇବେନି କି ସୁଧ ଦେବାକୁ ପଡିବନି । ମହିଳା ସଶକ୍ତିକରଣର ମୂଳପିଣ୍ଡ ହେବ ସୁଭଦ୍ରା । କିଏ କଣ କହୁଛନ୍ତି ତାହା ଅଲଗା କଥା । ଯୋଜନା ପାଇଁ ରାଜ୍ୟରେ ମହିଳା ଉପକୃତ ହେବେ । ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ଏକ ବରଦାନ । ଯଦି କୋଟିଏ ମହିଳା ନୂଆ କଥା ଚିନ୍ତା କରିବେ ତେବେ ରାଜ୍ୟରେ ଗୋଟିଏ ବର୍ଷରେ ପରିବର୍ତ୍ତନ ଦେଖାଯିବ ।