Odia News Portal

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ; ହଇରାଣ ହେବେନି ଅବୈଧ ସନ୍ତାନ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଅବୈଧ ବିବାହରୁ ଜନ୍ମିତ ସନ୍ତାନଙ୍କୁ ମିଳିବ ପିତାମାତାଙ୍କ ସମ୍ପତ୍ତିରୁ ଭାଗ । ୨୦୧୧ ମସିହାର ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟର ଏକ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । ହିନ୍ଦୁ ନିୟମ ଅନୁଯାୟୀ ସନ୍ତାନଙ୍କୁ ସମ୍ପତ୍ତିରୁ ଭାଗ ମିଳିବା କଥା ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପୂର୍ବରୁ ଅବୈଧ ବିବାହରୁ ଜନ୍ମିତ ସନ୍ତାନଙ୍କୁ ପିତାମାତାଙ୍କ ସମ୍ପତ୍ତିରୁ କୌଁଣସି ଭାଗ ମିଳିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ । କିନ୍ତୁ ଏହି ନିଷ୍ପତ୍ତିକୁ ଏବେ ବଡ଼ ପରିବର୍ତ୍ତନ କରାଯାଇ ସମ୍ପତ୍ତିରେ ସନ୍ତାନଙ୍କ ଭାଗ ଅଛି ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ଚିଫ୍‌ ଜଷ୍ଟିସ୍‌ ଡି.ୟାଇ. ଚନ୍ଦ୍ରଚୁଡ଼ ୨୦୧୧ ମସିହାର ଏକ ମାମଲାର ଶୁଣାଣି କରୁଥିବା ବେଳେ ଏହି ଐତିହାସିକ ରାୟ ଶୁଣାଇଛନ୍ତି । ୨୦୧୧ ମସିହାରେ ଦୁଇ ଜଣିଆ ଖଣ୍ତପୀଠ ସମ୍ପତ୍ତିରେ ଭାଗ ନେଇ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଜଷ୍ଟିସ୍‌ ଚନ୍ଦ୍ରଚୁଡ଼ ରାୟ ଶୁଣାଣି ବେଳେ କହିଥିଲେ ଯେ, ଅବୈଧ ବିବାହରୁ ଜନ୍ମିତ ସନ୍ତାନକୁ କେବଳ ପିତାମାତାଙ୍କ ସ୍ୱଅର୍ଜିତ ସମ୍ପତ୍ତିରୁ ହିଁ ଭାଗ ମିଳିବ । ପିତାମାତାଙ୍କ ପରିବାର ବର୍ଗଙ୍କ ସମ୍ପତ୍ତିରେ ସେମାନଙ୍କ କୌଣସି ଅଧିକାର ରହିବ ନାହିଁ ।