ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ଙ୍କ ଓଡିଶା ଗସ୍ତ ଅବସରରେ ନିଜ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ଶୁକ୍ରବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରେ ଆମେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କର ଭବ୍ୟ ସ୍ୱାଗତ କଲୁ ।
ଏହି ଦୁଇ ଦିନ ମଧ୍ୟରେ ସିଙ୍ଗାପୁର ରାଷ୍ଟ୍ରପତି ଭୁବନେଶ୍ୱରର ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିବା ସହିତ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୋ ସହିତ, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ତାଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ସୁଦୃଢ କରିବା ପାଇଁ ଆଲୋଚନା କରିବେ ।
ବିଶେଷ କରି ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଲଜିଷ୍ଟିକ୍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଧିକ ସହଯୋଗର ସମ୍ଭାବନା ରହିଛି ।
ସିଙ୍ଗାପୁର ସରକାରଙ୍କ ସହିତ ଓଡ଼ିଶା ସରକାରଙ୍କ ଅନେକ ଗୁ଼ଡିଏ MoU ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଏହାଦ୍ୱାରା ଓଡ଼ିଶାରେ ପୁଞ୍ଜି ନିବେଶ ହେବ । ଆମର ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରହିଛି । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ମଧ୍ୟ ବିପୁଳ ପୁଞ୍ଜି ନିବେଶ ଆସିବ । ସିଙ୍ଗାପୁର ସହିତ ଆମର ସମ୍ପର୍କ ବଢିଲେ, ଏହା ମାଧ୍ୟମରେ ଓଡ଼ିଶା ଉପକୃତ ହେବ ।