Odia News Portal

‘ସାମ୍ନାକୁ ଆସି ସବୁ କ୍ଲିୟର କରନ୍ତୁ ପାଣ୍ଡିଆନ୍’ : ପ୍ରଫୁଲ୍ଲ ମଲ୍ଲିକ

ବିଜେଡିରେ କିଛି ଠିକ୍ ଚାଲିନି । ଦଳ ଭାଗ ଭାଗ ହୋଇ ଯାଇଛି । ୱାକଫ୍ ବିଲ୍ ଭୋଟିଂ ପରେ ଏହି ଚର୍ଚ୍ଚା ତେଜିଥିବା ବେଳେ ଆଉ ଟିକିଏ ଖୋରାକ୍ ଯୋଗାଇଛି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ମନ୍ତବ୍ୟ । ବିସ୍ଫୋରକ ବୟାନ ଦେଇ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ନବୀନ ନୁହେଁ ପାଣ୍ଡିଆନ ସାମ୍ନାକୁ ଆସି ସବୁ କ୍ଲିୟର କରନ୍ତୁ ।


ସେ କହିଛନ୍ତି, ଦଳର ଧର୍ମ ନିରପେକ୍ଷ ଷ୍ଟାଣ୍ଡକୁ ବଜାୟ ରଖି ବିରୋଧୀ ହିସାବରେ ଠିକ୍‌ରେ କାମ କଲେ ଦଳ ମଜଭୁତ୍ ହେବ । ବିରୋଧୀ ଦାୟିତ୍ଵ ଠିକ୍‌ରେ ତୁଲାଇଲେ ଦଳ ସୁଦୃଢ଼ ହେବ । କିନ୍ତୁ ୱାକଫ୍ ବିଲ୍‌କୁ ନେଇ ଦଳରେ ଦ୍ଵିମତ ଓ ଦଳ ଭାଗ ଭାଗ ହେବା ଉପରେ ମତ ରଖିଛନ୍ତି ପ୍ରଫୁଲ୍ଲ । କହିଛନ୍ତି, ପାଣ୍ଡିଆନଙ୍କୁ ନେଇ ଦଳ ଓ ବାହାରେ ଆଲୋଚନା ହେଉଛି । ତେଣୁ, ପାଣ୍ଡିଆନ ଆସି ସବୁ କ୍ଲିୟର କରିଦେଲେ ସବୁ କଥାରେ ଯବନିକା ପଡ଼ି ଯାଆନ୍ତା ।


ପ୍ରଫୁଲ୍ଲ ଆହୁରି କହିଛନ୍ତି, ପାଣ୍ଡିଆନ୍ ଯଦି ଦଳର ହିତାକାଂକ୍ଷୀ ତାହେଲେ ସେ କହି ଦିଅନ୍ତୁ ମୁଁ ରାଜନୀତିରୁ ସନ୍ୟାସ ନେଇ ସାରିଛି । ଏବେ ବିଜେଡି ସହ ଜଡ଼ିତ ନାହିଁ । ତେବେ ସେ କାହିଁକି ନିରବ ଆପଣ ତାଙ୍କୁ ପଚାରନ୍ତୁ ବୋଲି କହିଛନ୍ତି ପ୍ରଫୁଲ୍ଲ । ୱାକଫ୍ ଦ୍ଵନ୍ଦ୍ଵକୁ ନେଇ ଦଳରେ କ୍ଲାରିଟି ରହିବା କଥା କହିଛନ୍ତି ପ୍ରଫୁଲ୍ଲ ।


ତେବେ ବିରୋଧୀ ଦଳ ଭାବେ ବିଜେଡି ଯେ ଭଳି କାର୍ଯ୍ୟ କରିବା କଥା, ଯେମିତି ପ୍ରସଙ୍ଗ ଉଠାଇବା କଥା ସେଭଳି ହେଉ ନଥିବା ମାନିଛନ୍ତି ପ୍ରଫୁଲ୍ଲ । କହିଛନ୍ତି, ଦଳକୁ ସଂଗଠିତ କରିବା ଲାଗି ବୈଠକ ଓ ଆଲୋଚନା ହେଉଛି । ଆଗକୁ ମଧ୍ୟ ଆମେ ସିନିୟର ଲିଡର ମାନେ ବସିବୁ । ପାର୍ଟି ମିଟିଂ ହେଲେ ଆମେ ଶଙ୍ଖ ଭବନରେ ବସିବୁ ଆଉ ଆମର କେତେବେଳେ ମନ ହେଲା ହୋଟେଲରେ ବସିଲୁ କି କାହା ଘରେ ବସିଲୁ ସେଇଟା ଆମକୁ କେହି ମନା କରି ପାରିବେ ନାହିଁ ।