ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜ୍ରେ ସହଦେବ ନାୟକ ହତ୍ୟା ଘଟଣା । ଦୀର୍ଘ ଏକ ମାସ ପରେ ମୁଖ୍ୟ ଅଭିଯୁକ୍ତର ଆତ୍ମସମର୍ପଣ । ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ରମା ନାଏକ ।
ଖବର ଅନୁଯାୟୀ, ଜାନୁଆରୀ ୮ ତାରିଖ ଦିନ ସକାଳ ସମୟରେ ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜ୍ ନିକଟରେ ସହଦେବ ନାୟକଙ୍କୁ ବାଇକ୍ରେ ଆସି ହତ୍ୟା କରାଯାଇଥିଲା । ଏହାପରେ ଅଭିଯୁକ୍ତମାନେ ଦୟା ନଦୀରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଫିଙ୍ଗି ଦେଇଥିଲେ । ହେଲେ ପୋଲିସ ଘଟଣାର ତଦନ୍ତ କରି ୮ ତାରିଖ ସଂଧ୍ୟା ସୁଦ୍ଧା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ହେଲେ ବାକି ହତ୍ୟାକାଣ୍ଡରେ ଆଉ ଜଣେ ଅଭିଯୁକ୍ତ ଫେରାର ରହିଥିଲେ । ଶେଷରେ ଏକ ମାସରୁ ଅଧିକ ସମୟ ପରେ ମୁଖ୍ୟ ଅଭିଯୁକ୍ତ ରମା ନାଏକ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଛନ୍ତି ।
ସେହିପରି ଅନ୍ୟପଟେ ଏହି ହତ୍ୟା ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନେଇ ଜେରା କରୁଛି ପୋଲିସ । ଆଉ ଏବେ ରମା ନାଏକଙ୍କୁ ଜେରା କରିବ ପୋଲିସ । ତେବେ ହତ୍ୟାକାଣ୍ଡ ପଛରେ ଡ୍ରଗ୍ସ ନା ଅନ୍ୟ କାରଣ ? ତାହା ପୋଲିସର ପୁରା ତଦନ୍ତ ପରେ ହିଁ ଜଣାପଡିବ ।