କେମିତି ସହଦେବଙ୍କୁ ହତ୍ୟା କରାଯାଇଥିଲା, କେମିତି ହତ୍ୟା ଷଡଯନ୍ତ୍ର ରଚାଯାଇଥିଲା । ଓ କେମିତି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଲା ପ୍ରେସମିଟ୍ ଜରିଆରେ ଗୋଟି ଗୋଟି ତଥ୍ୟ ଦେଇଛି ପୋଲିସ ।
ସକାଳ ୮ଟାରେ ପୋଲିସକୁ ଖବର ମିଳିଥିଲା ରସୁଲଗଡ ନିକଟରେ ଏକ କ୍ଷତବିକ୍ଷତ ମୁଣ୍ଡ ବିହୀନ ଶରୀର ରାସ୍ତା ଉପରେ ପଡିଛି । ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତ ଦେହକୁ ମେଡିକାଲରେ ପହଞ୍ଚାଇଥିଲା ପୋଲିସ । ସେଠାରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପ୍ରାଥମିକ ତଦନ୍ତରୁ ପୋଲିସକୁ ଜଣାପଡିଥିଲା ଏହା ଏହ ହତ୍ୟା କାଣ୍ଡ । ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ହତ୍ୟାକାରୀଙ୍କୁ ଧରିବା ପାଇଁ ୩ଟି ଟିମ୍ ଗଠିତ ହୋଇଥିଲା । ତଦନ୍ତ ପରେ ପୋଲିସ ହାତରେ ହତ୍ୟାକାରୀର ବାଇକ୍ ଏବଂ ହତ୍ୟାକାରୀଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲେ । ନୟାଗଡରେ ହତ୍ୟାକାରୀ ଲୁଚିଥିବା ବେଳେ ପୋଲିସ ହତ୍ୟାକୀରାଙ୍କୁ ଧରିବାରେ ସଫଳ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୫ଜଣଙ୍କୁ ଗିରଫ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ବି ତଦନ୍ତ ଜାରୀ ରହିଛି । ଆଉ ଅଭିଯୁକ୍ତ ଏଥିରେ ସମ୍ପୃକ୍ତ ଥିବା ନେଇ ପୋଲିସ ସନ୍ଦେହ କରୁଛି ପୋଲିସ । ତଥ୍ୟ ଯୋଗାଡ କରାଯାଉଛି ଆଉ ଯିଏ ବି ଅପରାଧୀ ଥିବେ ସେମାନଙ୍କୁ ତୁରନ୍ତ ଧରାଯିବ ବୋଲି ପୋଲିସ କହିଛି । ପୋଲିସ ହାତରେ ମୋବାଇଲ୍ ଫୋନ୍ ରହିଛି । ମୋବାଇଲ୍ ଫୋନରୁ ଅନେକ ତଥ୍ୟ ମିଳିବ ବୋଲି ପ୍ରେସମିଟ୍ କରି ତଥ୍ୟ ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।
ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ୫ଜଣ ହତ୍ୟାକାରୀଙ୍କ ନାଁ ପୋଲିସ ଗଣମାଧ୍ୟମକୁ ଜଣାଇଛି । ଲକ୍ଷ୍ମୀଧର ନାୟକ, ଲିପିକା ନାୟକ, ରକି ନାୟକ, ଲକି ନାୟକ ଏବଂ ରାକେଶ ନାୟକ । ଏହି ୫ଜଣ ହତ୍ୟା ଷଡଯନ୍ତ୍ର ରଚିଥିଲେ ଏବଂ ହତ୍ୟା କରିଥିଲେ । ତେବେ ପୂର୍ବ ସତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି । ଦୀର୍ଘଦିନ ହେବ ଏମାନଙ୍କର ଶତ୍ରୁତା ଲାଗି ରହିଥିଲା ।