Odia News Portal

ସରିଲା ଲୋକସଭା ଅଧିବେଶନ । ଅନିଶ୍ଚିତ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଲୋକସଭା ଅନିଶ୍ଚିତ କାଳ ପାଇଁ ମୁଲତବୀ । ମୁଲତବୀ ଘୋଷଣା କଲେ ବାଚସ୍ପତି । ସଂସଦ ଶୀତ ଅଧିବେଶନର ଶେଷ ଦିନରେ ଜାରି ରହିଛି ଶାସକ, ବିରୋଧୀଙ୍କ ହଙ୍ଗାମା । ଶେଷ ଦିନରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଲୋକସଭାକୁ ସ୍ଥଗିତ ରଖିଲେ ବାଚସ୍ପତି । 

ସେପଟେ ଆମ୍ବେଦର ବିବାଦ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲାକୁ ବିରୋଧ କରି ଇଣ୍ଡି ମେଣ୍ଟର ସାଂସଦମାନେ ସଂସଦ ଭବନ ବାହାରେ ପ୍ରତିବାଦ କରିଛନ୍ତି । ବିଜୟ ଚୌକରୁ ସଂସଦ ଭବନ ପର୍ଯ୍ୟନ୍ତ ରାହୁଲଙ୍କ ସମର୍ଥନରେ ପଦଯାତ୍ରା କରିଛନ୍ତି ବିରୋଧୀ ସାଂସଦ । ଅନ୍ୟପଟେ ଏନଡିଏ ମେଣ୍ଟ ସାସଂଦମାନେ ମଧ୍ୟ ରାହୁଲଙ୍କୁ ବିରୋଧ କରି ସଂସଦ ଭବନ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି ।