ସରକାରଙ୍କୁ କଡା ନିନ୍ଦା କଲେ ନବୀନ ; କହିଲେ , ମିଶନଶକ୍ତି ମହିଳାଙ୍କ ଦରମା ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି ସରକାର
ମିଶନଶକ୍ତି ମହିଳାଙ୍କ ଆନ୍ଦୋଳନକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ନବୀନ ପଟ୍ଟନାୟକ। । ମିଶନ ଶକ୍ତି ମହିଳା ଓ ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପିମାନେ ସେମାନଙ୍କ ନାର୍ୟ୍ୟ ଦାବି ତଥା ୯ ମାସର ଦରମା ପାଇବାକୁ ଦାବି କରି ଲୋୟର ପିଏମଜି ଛକରେ ଆନ୍ଦୋଳନ କରୁଥିବାବେଳେ ଏହି ପ୍ରସଙ୍ଗକୁ ନେଇ ଗୃହ ଆରମ୍ଭରୁ ଆଜି ବିରୋଧୀ ହଟ୍ଟଗୋଳ କରିଥିଲେ । ଯାହା ଫଳରେ ଗୃହକୁ ମୁଲତବି କରିଦେଇଥିଲେ ବାଚସ୍ପତି।
ଏହାପରେ ଏହି ପ୍ରସଙ୍ଗକୁ ନେଇ ନୂଆ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ମିଶନ ଶକ୍ତି ମହିଳାଙ୍କ ଦରମା ବନ୍ଦ କରିବାକୁ ଷଡଯନ୍ତ୍ର କରିଛନ୍ତି ନୂଆ ସରକାର । ରାଜ୍ୟରେ ପାଖାପାଖି ୭-୦ ଲକ୍ଷ ମହିଳୂ ମିଶନ ଶକ୍ତିରେ ସାମିଲ ଅଛନ୍ତି । ହେଲେ ସେମାନଙ୍କ ସ୍ବାର୍ଥକୁ ବାଧାଦେଇ ସେମାନଙ୍କ ଦରମା ବନ୍ଦ କରିବାକୁ ଷଡଯନ୍ତ୍ର କରିବା ଲଜ୍ଜାଜନକ । ମୁଁ ଏହାକୁ ନିନ୍ଦା କରୁଛନ୍ତି ବୋଲି କହିଛନ୍ତି ନବୀନ।