Odia News Portal

ସବୁ ଜିଲ୍ଲାରେ ମେଡିକାଲ କଲେଜ ସହ ଡାକ୍ତର ନିଯୁକ୍ତି :ସ୍ୱାସ୍ଥ୍ୟମନ୍ତ୍ରୀ

ରାଜ୍ୟର ୩୦ ଟି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠ।। କରାଯିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ବିଧାନସବିଧାନସଭାରେ ଘୋଷଣା କରିଛନ୍ତି । ଏ ସଂପର୍କରେ ଏକ ପ୍ରଶ୍ନ ର ଉତ୍ତର ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସବୁ ମେଡିକାଲ କଲେଜ ଗୁଡିକ ପାଇଁ ୫୦୦୦ ଡାକ୍ତରଙ୍କୁ ନିଯୁକ୍ତି ଦାଇତ୍ୱ ଦିଆଯିବ । ଏହା ବ୍ୟତୀତ ୩୦୦୦ ପାରା ମେଡିକାଲ ଷ୍ଟାଫଙ୍କୁ ମଧ୍ୟ ନିଯୁକ୍ତ କରାଯିବ ।ସେଥିପାଇଁ ମେଡିକାଲ କଲେଜ ନିଯୁକ୍ତି ନିୟମରେ ୨ ଟି ସଂଶେ।ଧନ କାରା ଯାଇଛି । ବିଜେପି ସରକାରକୁ ଆସିବା ପୁର୍ବରୁ ସବୁ ଜିଲ୍ଲାରେ ମେଡକାଲ କଲେଜ ଖୋଲିବା ପାଇଁ ଯେଉଁ ପ୍ରତିଶୃତି ଦେଇଥିଲେ ସେହି ଅନୁସାରେ ଏହି କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟରେ ସ୍ବାସ୍ଥ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏସବୁ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ହେବ। ବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଆଜି ଗୃହରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସୂଚନା ଅନୁସାରେ, ଆଜି ବିଧାନସଭାର ଶୀତକାଳୀନ ଅଧିବେଶନରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟରେ ଡାକ୍ତର ଅଭାବ ଥିବା ନେଇ ଗୃହରେ ସ୍ୱୀକାର କରିଛନ୍ତି। ଏହା ସହ ସେ କହିଛନ୍ତି, ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବ।