ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର “ପରୀକ୍ଷା ପେ ଚର୍ଚ୍ଚା” (ପିପିସି ) କାର୍ଯ୍ୟକ୍ରମରେ ଛାତ୍ର ଏବଂ ସେମାନଙ୍କ ଅଭିଭାବକଙ୍କ ଚାପ ମୁକାବିଲା କରିବା ଉପରେ ଏକ ଆଲୋଚନା କରିଛନ୍ତି । ଏହା ଆଜି ସକାଳ ୧୧.୦୦ ସମୟରେ ନୂଆଦିଲ୍ଲୀର ପ୍ରଗତି ମୈଦାନର ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଛି । ସାରା ବିଶ୍ୱରୁ ୩.୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ପରୀକ୍ଷା ପେ ଆଲୋଚନା ୨୦୨୫ ପାଇଁ ପଞ୍ଜିକରଣ କରିଛନ୍ତି । ଏହି ବର୍ଷ ଏହି କାର୍ଯ୍ୟକ୍ରମ ଏକ ନୂତନ ଇଣ୍ଟରାକ୍ଟିଭ୍ ଫର୍ମାଟରେ ଅନୁଷ୍ଠିତ ହେଉଛି । ଏଥର ଏଥିରେ ଅନେକ ସେଲିବ୍ରିଟି ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ବିକ୍ରାନ୍ତ ମାସୀ, ଭୂମି ପେଡ୍ନେକର ଏବଂ ୬ ଥରର ବକ୍ସିଂରେ ବିଶ୍ୱ ବିଜୟୀ ବକ୍ସର ମେରିକମ ସାମିଲ ହେବେ । ଏହାଛଡ଼ା ସଦଗୁର ସମେତ ଅନ୍ୟ ଧର୍ମଗୁରୁ ମଧ୍ୟ ସାମିଲ ହୋଇଛନ୍ତି । ସମଗ୍ର କାର୍ଯ୍ୟକ୍ରମକୁ ୮ଟି ଏପିସୋଡ୍ରେ ବିଭକ୍ତ କରାଯାଇଛି ଯେଉଁଥିରେ ବିଭିନ୍ନ କ୍ଷେତ୍ରର ୧୨ ଜଣ ସେଲିବ୍ରିଟି ପିଲାମାନଙ୍କ ପ୍ରଶ୍ନର ଉତ୍ତର ଦେବେ । ପରୀକ୍ଷା ବେଳେ ଚାପଗ୍ରସ୍ତ ନରହିବାକୁ ପରାମର୍ଶ ଦେଇଛନ୍ତି ମୋଦୀ । ପାଠପଢା ସମୟରେ ଏକାଗ୍ରତା ଜରୁରୀ । ପରୀକ୍ଷାକୁ ଡରନାହିଁ, ନିଜକୁ ଚ୍ୟାଲେଞ୍ଜ କର । ମନକୁ ଯଥାସମ୍ଭବ ସ୍ଥିର ରଖିବାକୁ ହେବ । ନେତୃତ୍ୱ ପାଇଁ ଟିମୱାର୍କ ବହୁତ ଜରୁରୀ । ଭରସା ନେତୃତ୍ୱ ନେବାର ବଡ ଶକ୍ତି । କଷ୍ଟକର ବିଷୟକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କର । ଶିକ୍ଷକମାନେ ପିଲାଙ୍କ ଯୋଗ୍ୟତା ମାପିବା ଦରକାର । ଏଥି ସହିତ ପରୀକ୍ଷା ବେଳେ ଚାପଗ୍ରସ୍ତ ନରହିବାକୁ ପରାମର୍ଶ ଦେଇଛନ୍ତି ମୋଦୀ । ପିଲାମାନଙ୍କ ସହ ୧ ଘଣ୍ଟା କଥାବାର୍ତ୍ତା କରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ବିଦାୟ ନେଲେ । ସେ ପିଲାମାନଙ୍କୁ ପ୍ରଯୁକ୍ତିର ସର୍ବୋତ୍ତମ ବ୍ୟବହାର, ପରୀକ୍ଷା ସମୟରେ ଚାପମୁକ୍ତ ରହିବା ଏବଂ ସମୟ ପରିଚାଳନା କରିବା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଥିଲେ ।