Odia News Portal

ଶୁକ୍ରବାର ଓଡ଼ିଶା ଆସିବେ ଜେପି ନଡ୍ଡା, ଆୟୁଷ୍ମାନ ଭାରତ ଯୋଜନାରେ କରିବେ ଶୁଭାରମ୍ଭ

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା । ଶୁକ୍ରବାର ଦିନ ୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଏହାପରେ ସେଠାରୁ ସିଧା କଟକ ବାଲିଯାତ୍ରା ପଡିଆ ଯିବେ । ସେଠାରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ । 

କଟକକୁ ଛାଡ଼ି ଆଉ ୧୨ଟି ୧୨ ଜିଲ୍ଲାରେ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ । ଏହା ପରେ କଟକ ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନଷ୍ଟିଟ୍ୟୁଟ ଅଫ ପେଡିଆଟ୍ରିକ୍ସ ନୂଆ ବିଲ୍ଡିଂର ଲୋକାର୍ପଣ କରିବେ। ସେହିପରି ସିପେଟ୍ ଏବଂ ଭୁବନେଶ୍ଵର ଏମ୍ସକୁ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ୧୨ ତାରିଖରେ ପୁରୀରେ ହେବାକୁ ଥିବା ବିଜେପି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ କରିବା ସହ କର୍ମୀଙ୍କୁ ଗୁରୁମନ୍ତ୍ରୀ ଦେବେ।  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି।