Odia News Portal

ଶିଳ୍ପ ମହାକୁମ୍ଭରେ ମୋଦିଙ୍କ ଉଦ୍‌ବୋଧନ,ବିକାଶର ଶିଖର ଛୁଇଁବ ଓଡ଼ିଶା

 ଭୁବନେଶ୍ବର ଜନତା ମଇଦାନରେ ଆରମ୍ଭ ହୋଇଯାଇଛି ୨ ଦିନିଆ ଶିଳ୍ପ ମହାକୁମ୍ଭ ତଥା ଉତ୍କର୍ଷ ଓଡ଼ିଶା କନକ୍ଲେଭ । ଏହି କନକ୍ଲେଭକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି ଜାନୁଆରୀରରେ ମୋର ଦ୍ବିତୀୟ ଓଡ଼ିଶା ଗସ୍ତ ।  ଉତ୍କର୍ଷ ଓଡ଼ିଶା କନକ୍ଲେଭ ଓଡିଶାର ସବୁଠୁ ବଡ଼ ବିଜନେସ ସମ୍ମିଳନୀ । ଆୟୋଜନ ପାଇଁ ଓଡିଶା ସରକାରଙ୍କୁ ଶୁଭେଚ୍ଛା । କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ବାଗତ କରୁଛି । ପୂର୍ବ ଭାରତ ହେଉଛି ବିକଶିତ ଭାରତର ଗ୍ରୋଥ ଇଞ୍ଜିନ । ଓଡିଶାର ଏକ ବଡ଼ ଭୂମିକା ରହିଛି । ଗ୍ଲୋବାଲ ଗ୍ରୋଥରେ ଓଡିଶାର ବଡ଼ ଭୂମିକା ଥିଲା । ଏହାର ବନ୍ଦର ଭାରତର ଗେଟ ୱେ ଥିଲା । ଓଡିଶା, ସାଉଥ ଇଷ୍ଟ ଏସିଆକୁ ଯୋଡିଥାଏ । ସିଙ୍ଗାପୁର – ଓଡିଶା ସମ୍ପର୍କକୁ ନେଇ ସିଙ୍ଗାପୁର ବେଶ ଉତ୍ସାହିତ । 

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ସ୍ବାଧୀନତା ପରେ ସୁଯୋଗର ଦ୍ବାର ଖୋଲିନଥିଲା । ଏବେ ଖୋଲୁଛି । ସବୁ ନିବେଶକଙ୍କୁ ଆହ୍ବାନ । ଓଡ଼ିଶାରେ ଆପଣଙ୍କ ନିବେଶ ଆପଣଙ୍କୁ ସଫଳତାର ଶିଖରରେ ପହଞ୍ଚାଇବ ଏବଂ ମୋଦି ଗ୍ୟାରେଣ୍ଟି ବି ଅଛି । ଓଡିଶା ଏମିତି ଶିଖରରେ ପହଞ୍ଚିବ, ଯାହା ଅନ୍ୟମାନେ କଳ୍ପନା କରିନଥିବେ ।ଦେଶରେ ବିଭିନ୍ନ କ୍ଷେତ୍ରରେ ନିବେଶ ପାଇଁ ଓଡିଶା ଆଗୁଆ ରହିଛି । ଓଡିଶାରେ ଥିବା ସମ୍ପଦ ଏଇଠି କାମରେ ଲାଗିବ, ସେ ନେଇ ସରକାର କାମ କରୁଛନ୍ତି । ଉତ୍କର୍ଷ ଓଡିଶା ଏଥିପାଇଁ କାମ କରୁଛି । ସମୟ ଓ  ନିଜର ଆବଶ୍ୟକତା ଅନୁସାରେ ପରିବର୍ତ୍ତନ ହେବାକୁ ପଡ଼ିବ । 

ଓଡିଶାରେ ଗ୍ରୀନ ହାଇଡ୍ରୋଜେନ ଏବଂ ଅକ୍ଷୟ ଶକ୍ତିର ପର୍ଯ୍ୟପ୍ତ ସମ୍ଭାବନା ଅଛି । ପାରାଦୀପ, ଗୋପାଳପୁରରେ ଡ଼ାଏରୀ ଫାର୍ମ ହେଉଛି । ଯେଉଁ ଯେଉଁ ଅଂଚଳରେ ଯେଉଁ ସମ୍ପଦ ଅଛି ସେଠାରେ ସେହି ଶିଳ୍ପ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି ମୋଦି । ବ୍ଲୁ ଇକୋନୋମିରେ ଓଡିଶା ଦେଶର ଆଗୁଆ ରାଜ୍ୟରେ ସାମିଲ ହେବ । ଯେଉଁ କ୍ଷେତ୍ରରେ ଅଛନ୍ତି ସେହି କ୍ଷେତ୍ରର ଏମଏସଏମଇକୁ ସପୋର୍ଟ କରିବାକୁ ନିବେଶକଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଧୁନିକ ଇକୋ ସିଷ୍ଟମ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି । ଏହାଦ୍ବାରା ନିଯୁକ୍ତି ସୁଯୋଗ ଅଧିକ ସୃଷ୍ଟି ହେବ, ଓଡିଶା ଉତ୍କର୍ଷ, ସଶକ୍ତ ଏବଂ ସମର୍ଥ ହେବ । 

ଭାରତକୁ ବୁଝିବାକୁ ହେଲେ ଓଡିଶାକୁ ଦେଖିବାକୁ ପଡ଼ିବ, ଓଡିଶାର ପର୍ଯ୍ୟଟନ ଏବଂ ମନ୍ଦିର କୋଷ୍ଟ ଲାଇନ ଦେଖିବାକୁ ପଡ଼ିବ ଏବଂ କୋଣାର୍କ ଚକ୍ରକୁ ଜି-୨୦ର ଚି଼ହ୍ନ ଭାବେ ବ୍ୟବହାର କରାଯାଇଥିଲା । ଭୁବନେଶ୍ବରରେ ବହୁତ ଭଲ କନଭେନସନ ହୋଇପାରିବ, ଓଡିଶାରେ କନଭେସନ ଟୁରିଜିମ ପାଇଁ ପର୍ଯ୍ୟପ୍ତ ସୁଯୋଗ ରହିଛି  । ମୁଁ ଓଡିଶା ୩୦ ଥର ଆସି ସାରିଛି, ସ୍ବାଧୀନତା ପରେ ଯେତେ ପ୍ରଧାନମନ୍ତ୍ରୀ ଆସିଥିବେ ତାଙ୍କଠୁ ଅଧିକ ମୁଁ ଓଡିଶା ଆସିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।