କାଯ୍ୟକ୍ରମରେ ଜୟ ଜଗନ୍ନାଥ କହି ନୀତିନ ଗଡକରୀ ନିଜର ଅଭିଭାଷଣ ରଖିଛନ୍ତି । କହିଛନ୍ତି , ଓଡିଶା ପାଇଁ ମହତାବଙ୍କ ଅବଦାନ ବହୁତ । ଆଧୁନିକ ଓଡିଶାର ନିର୍ମାତା ଥିଲେ ମହତାବ । ସାମାଜିକ ଆର୍ଥିକ ପରିବର୍ତ୍ତନ କରିଥିଲେ । ସ୍ୱଳ୍ପ ସମ୍ବଳରେ ଓଡିଶାର ପରିବର୍ତ୍ତନ କରିଥିଲେ । ଓଡିଶା ଗଠନରେ ଗୁରୁତ୍ୱ ଭୁମିକା ନିଭାଇଥିଲେ । ଶିକ୍ଷା, କୃଷି , ଭିତ୍ତିଭୂମି ନିର୍ମାଣ ପାଇଁ କାମ କରିଥିଲେ । ଶିକ୍ଷା ଦ୍ୱାରା ବ୍ୟକ୍ତିତ୍ୱ ନିର୍ମାଣ ହୋଇଥାଏ । କେତେ ଦିନ ବଞ୍ଚିବ ତାହା ବଡ କଥା ନୁହେଁ, କଣ କରିଛ ତାହା ବଡ କଥା । ତାହା ମହତାବଙ୍କ ଜୀବନରେ ପ୍ରତିଫଳିତ ହୋଇଥିଲା । ମହତାବଙ୍କ ଜୀବନୀରୁ କେବଳ ଓଡିଶା ନୁହେଁ, ଦେଶବାସୀ ପ୍ରେରଣା ପାଆନ୍ତି । କୃଷିର ବିକାଶ ହେଲେ ଦେଶର ପ୍ରକୃତ ବିକାଶ ହେବ । ଯେଉଁମାନେ ମୁମ୍ବାଇ , ଦିଲ୍ଲୀ, ଭୁବନେଶ୍ୱର ଆସୁଛନ୍ତି , ଆଉ ଆସିବେନି । ଏଥିପାଇଁ ବାଜପେୟୀଙ୍କ ପ୍ରେରଣାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରହିଛି । ପ୍ରତି ଗାଁକୁ ପକ୍କା ରାସ୍ତାରେ ଯୋଡିବା କାଯ୍ୟ ଆରମ୍ଭ ହୋଇଥିଲା । ନିଜର ବ୍ୟକ୍ତିଗତ ଜୀବନ ନେଇ ମଧ୍ୟ କିଛି ରୋଚକ ତଥ୍ୟ ରଖିଲେ । ପରିବାର ଲୋକଙ୍କ ଲକ୍ଷ୍ୟ ଥିଲା ମୋତେ ଇଞ୍ଜିନିୟର କରିବାକୁ । ମୁଁ ଏମର୍ଜେନ୍ସି ବେଳେ ଆନ୍ଦୋଳନରେ ମାତି ଲକ୍ଷ୍ୟଚ୍ୟୁତ ହେଲି । ଏହା ପରେ ମୋର ଜୀବନର ଗତିପଥ ପୁରା ବଦଳିଗଲା ।