ମହାକୁମ୍ଭକୁ ନେଇ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀଙ୍କ ବଡ଼ ବୟାନ । କହିଲେ,ପ୍ରକୃତ କୁମ୍ଭମେଳା କୁମ୍ଭ ପୂର୍ଣ୍ଣିମା ଦିନ ହିଁ ସମାପ୍ତ ହୋଇସାରିଛି । କୁମ୍ଭ କେବଳ ମାଘ ମାସରେ ହୁଏ ଯାହା ପୂର୍ଣ୍ଣିମାରେ ସମାପ୍ତ ହୁଏ । ଏବେ, ସେଠାରେ ଯାହା ଚାଲିଛି ତାହା ଏକ ସରକାରୀ କୁମ୍ଭ । ଶଙ୍କରାଚାର୍ଯ୍ୟଙ୍କ ଏହି ବୟାନ ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ମହାକୁମ୍ଭ ପୂର୍ଣ୍ଣିମାରେ ଶେଷ ହୋଇଛି ତେବେ ପୂର୍ଣ୍ଣିମା ପରେ ବୁଡ଼ ପକାଇଥିବା ବ୍ୟକ୍ତିଙ୍କୁ ମହାସ୍ନାନର ପୂନ୍ୟ ଫଳ ମିଳିବ କି ନାହିଁ ତାକୁ ନେଇ ଚର୍ଚ୍ଚା ହେଉଛି ।
ଜାନୁଆରୀ ୧୩ ପୌଷ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିଲା ମହାକୁମ୍ଭ। ଯାହା ଫେବୃଆରୀ ୨୬ ମହାଶିବରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ଏହି ୪୫ ଦିନ ମଧ୍ୟରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଛନ୍ତି ୬୬ କୋଟିରୁ ଅଧିକ ଭକ୍ତ ।