ଆଇନ ବିଭାଗ ଦ୍ୱାରା ଲୋକସେବା ଭବନରେ ଜାଗୃତିକରଣ କାର୍ୟ୍ୟକ୍ରମରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନ୍ୟାୟିକ ବ୍ୟବସ୍ଥା ନେଇ ଲୋକଙ୍କୁ ସଚେତନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର କାର୍ୟ୍ୟକ୍ରମ । ସଚେତନତା କାର୍ୟ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । BNS ଓ BNSS ନେଇ ଲୋକଙ୍କୁ ସଚେତନ କରେଇଛନ୍ତି ରାଜ୍ୟ ମୁଖିଆ । ଏଣିକି ଥାନାକୁ ଯାଇ ଏଫଆଇଆର କରିବା ଆବଶ୍ୟକ ନାହିଁ । ଲୋକମାନେ କେମିତି ତୁରନ୍ତ ନ୍ୟାୟ ପାଇବେ ଏଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଆଉ ୧୫ବର୍ଷରୁ କମ, ୬୦ ବର୍ଷର ଅଭିଯୋଗକାରୀ ଅଯଥା ଥାନାକୁ ଆସିବେନି । ଲୋକଙ୍କ ଡୋର ଷ୍ଟେପରେ ପହଂଚିବ ନ୍ୟାୟ । ଅନାବଶ୍ୟକ ଥିବା ଆଇନର ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରି ଅଳିଆ ଗଦାକୁ ଫିଙ୍ଗି ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
କାର୍ୟ୍ୟକ୍ରମରେ ପୂର୍ବ ସରକାରଙ୍କ ଉପରେ ବର୍ଷିଛନ୍ତି ମୋହନ ମାଝୀ । ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟନାୟକଙ୍କୁ ଟାର୍ଗେଟ କରିଛନ୍ତି ।୨୪ବର୍ଷ ଧରି ଶାସନ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ହାତରେ ମଧ୍ୟ ଗୃହ ବିଭାଗ ଥିଲା । କିନ୍ତୁ ୨୪ବର୍ଷରେ ମହିଳା ବିରୋଧୀ ଅପରାଧ ବଢ଼ିଛି ଯାହା ଅନୁସାରେ ଦଣ୍ଡବିଧାନ କମ୍ । NCRB ରିପୋର୍ଟ ଆଧାରରେ ଦଣ୍ଡ ବିଧାନ ହାର ୯.୩% ଯାହା ଅତ୍ୟନ୍ତ ଲଜ୍ଜ୍ୟାଜନକ । ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶାରେ ଦଣ୍ଡବିଧାନ ବହୁତ କମ୍ । ମହିଳା ବିରୋଧୀ ମାମଲା ପାଇଁ ଆବଶ୍ୟକ ହେଲେ ବିଜେପି ସରକାର ସମୟରେ ସ୍ପେଶାଲ କୋର୍ଟ ପ୍ରତିଷ୍ଠା ହେବ ।
Sign in
Sign in
Recover your password.
A password will be e-mailed to you.