Odia News Portal

ଲଗାଣ ବର୍ଷାରେ ଉବୁଟୁବୁ ଗୁଜୁରାଟ , ଗଲାଣି ୮ ଜଣଙ୍କ ଜୀବନ

ଲଗାଣ ବର୍ଷାରେ ଉବୁଟୁବୁ ଗୁଜୁରାଟ । ରାସ୍ତାଘାଟରେ ଲହଡି ମାରୁଛି ବନ୍ୟାପାଣି । ଗତକାଲି ଲଗାଣ ବର୍ଷା ଯୋଗୁଁ ବୃଦ୍ଧି ପାଇଛି ନଦୀର ଜଳସ୍ତର । ଏଥିପାଇଁ ରାଜ୍ୟର ଅନେକ ସ୍ଥାନ ଜଳମଗ୍ନ ହୋଇ ଅନେକ ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିସହ ବର୍ଷା ଓ ବନ୍ୟା ଯୋଗୁଁ ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଛି।

୮୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ସକାଳୁ ଭଦୋଦରା, ସୁରଟ, ଭରୁଚ ଏବଂ ଆନନ୍ଦ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ସାଧାରଣ ଜୀବନ ବ୍ୟାହତ ହୋଇଛି। ଏଥିପାଇଁ କେତେକ ସ୍ଥାନରେ ସ୍କୁଲ ଏବଂ କଲେଜରେ ଛୁଟି ଘୋଷଣା କରାଯାଇଛି। ଏହା ବ୍ୟତୀତ କେତେକ ସ୍ଥାନରେ ରେଳ ସେବା ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ରହିଛି। ଅନ୍ୟପଟେ ବର୍ଷା ଓ ବନ୍ୟା ଯୋଗୁ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏସ୍ଡିଆର୍ଏଫ୍ର ୨୦ଟି ଟିମ୍ ଓ ଏନ୍ଡିଆର୍ଏଫ୍ର ୧୦ଟି ଟିମ୍ ନିୟୋଜିତ କରାଯାଇଛି। ଲଗାତର ବର୍ଷା ଯୋଗୁଁ ଗୁଜରାଟର ସବୁଠୁ ବଡ଼ ଡ୍ୟାମ୍ ସର୍ଦ୍ଦାର ସରୋବର ଡ୍ୟାମ୍ ୫୪ ପ୍ରତିଶତ ପୂର୍ଣ୍ଣ ହୋଇଥିବା ସୂଚନା ମିଳିଛି ।