ଉତ୍ତର ପ୍ରଦେଶରେ ଦୁଃଖଦ ଘଟଣା । ହସ୍ପିଟାଲରେ ନିଆଁ ଲାଗି ୧୦ ନବଜାତକ ଜୀବନ୍ତ ଦଗ୍ଧ । ଝାନସୀର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ଶୁକ୍ରବାର ରାତିରେ ମେଡିକାଲ କଲେଜର ଶିଶୁ ୱାର୍ଡରେ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ସ୍ପେଶାଲ ନ୍ୟୁବର୍ଣ୍ଣ କେୟାର ୟୁନିଟ୍ ନିଆଁର ଆଁ ଭିତରକୁ ଆସିଯାଇଥିଲା ।
ଫଳରେ ୧୦ ଦୁନିଆ ଦେଖିନଥିବା ୧୦ ନିରିହ ନିଷ୍ପାପ ଶିଶୁଙ୍କ ଜୀବନ ଚାଲାଯାଇଛି । ସେପଟେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡିନାହିଁ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ନିଆଁ ଲାଗିବା ପରେ ମେଡିକାଲ କଲେଜ ପକ୍ଷରୁ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ଏହାପରେ ୧୨ଟି ଦମକଳ ଗାଡି ନିଆଁକୁ ଆୟତ୍ତ କରିଥିଲା । ମାତ୍ର ସେତେବେଳକୁ ୧୦ ନବଜାତକଙ୍କ ଜୀବନ ଚାଲିଯାଇଥିଲା । ଅଗ୍ନିକାଣ୍ଡରେ ଅନେକ ଶିଶୁ ଆହତ ହୋଇଛନ୍ତି । ନିଆଁ ଲାଗିବା ବେଳେ ଏସଏନସିୟୁରେ ପ୍ରାୟ ୫୦ରୁ ଅଧିକ ଶିଶୁ ଥିଲେ । ଆହତ ଶିଶୁମାନଙ୍କୁ ଉଦ୍ଧାର କରାଯାଇ ସୁପର ସ୍ପେଶାଲିଟି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ୧୬ ନବଜାତକଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
ଅଗ୍ନିକାଣ୍ଡ ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ସେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ହୋଇଛି । ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଉଛି । ୧୦ ନବଜାତକ ଶିଶୁଙ୍କର ମୃତ୍ୟୁ ହୋଇଛି । ୭ ଜଣଙ୍କର ପରିଚୟ ମିଳିଛି । ୨୦ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରିଯାଇଛି । ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରାଯାଉଛି । ସେହିପରି ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୃତକ ଶିଶୁଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।