ସାମ୍ନାକୁ ଆସିଲା ଭିଜିଲାନ୍ସର ବିସ୍ପୋରକ ତଥ୍ୟ । ୨୦୨୪ରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୧୮୧ ସରକାରୀ ବାବୁ । ରେଡ୍ ଓ ମାମଲା ନେଇ ବର୍ଷକର ତଥ୍ୟ ଦେଇଛି ଦୁର୍ନିତୀ ନିବାରଣ ବିଭାଗ । ବର୍ଷକରେ ମୋଟ୍ ୨୦୦ଟି ଫୌଜଦାରୀ ମାମଲା ରୁଜୁ ହୋଇଛି । ୧୮୧ ସରକାରୀ ବାବୁଙ୍କ ମଧ୍ୟରୁ ୫୦ କ୍ଲାସ ୱାନ୍ ଅିସର ଭିଜିଲାନ୍ସ ଜାଲରେ ଝନ୍ଦି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ମୁଖ୍ୟ ଯନ୍ତ୍ରୀ, ୧୯ ଯନ୍ତ୍ରୀ, ୨୨ ରାଜସ୍ୱ ଅଧିକାରୀ, ୯ ପୋଲିସ, ୫ ଡାକ୍ତର ଥିବାବେଳେ, ୩ ବନ ଅଧିକାରୀ ମଧ୍ୟ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏହାସହିତ ଭିଜିଲାନ୍ସ ହାତରେ ୬୦ ଆୟ ବହିର୍ଭୂତ ସଂପତ୍ତି ମାମଲାରେ ମିଳିଛି ୧୩୧ କୋଟିର ସଂପତ୍ତି । ୬୦ ଆୟ ବହିର୍ଭୂତ ସଂପତ୍ତି ମାମଲାରେ ୩୮ ଜଣଙ୍କ ପତ୍ନୀ ସହ ଅଭିଯୁକ୍ତଙ୍କୁ ଗିର କରିଛି ଭିଜିଲାନ୍ସ ଟିମ୍ । ଏଥିମଧ୍ୟରୁ ୧୦୫ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୫୦ ପ୍ରତିଶଷତ ଦଣ୍ଡବିଧାନ କରାଯାଇଛି । ଦୋଷୀ ସାବ୍ୟସ୍ତ ୨୫ ସରକାରୀ ବାବୁ ଚାକିରିରୁ ବରଖାସ୍ତ କରାଯାଇଛି ।