Odia News Portal

 ରାତିରେ କରୁଥିଲେ ଗୋରୁ ଚାଲାଣ,ଖସିଗଲେ ଗୋ-ମାଫିଆ

ପୋଲିସ ହାତରୁ ଖସିଗଲେ ଗୋରୁ ମାଫିଆ ,ରାତି ଅଧରେ ଅଭିନବ ଉପାୟରେ ହେଉଥିଲା ବେଆଇନ ଗୋରୁ ଚାଲାଣ। ଖବର ପାଇ ସେମାନଙ୍କୁ ଅଟକାଇଥିଲେ ସାଧାରଣ ଲୋକ। ପୋଲିସକୁ ଖବର ଦେଲେ। ଖବର ପାଇ ମଧ୍ୟ ବିଳମ୍ବରେ ପହଞ୍ଚିଲା ପୋଲିସ। କିନ୍ତୁ ପୋଲିସ ହାତରୁ ଖସିଗଲେ ଗୋରୁ ମାଫିଆ। ଆଠଗଡ଼ ଥାନା ଅନ୍ତର୍ଗତ ରାଜନଗର ଗାଁରୁ ଆସିଛି ଏମିତି ଘଟଣା । 

ବିଳମ୍ବିତ ରାତିରେ ଗୋରୁ ମାଫିଆ ମାନେ ଆଠଗଡ଼ ମୁଣ୍ଡଳୀ ରାସ୍ତାରେ ବେଆଇନ ଗୋରୁ ଚାଲାଣ କରୁଥିବା ଖବର ପାଇ ରାଜନଗର ଗାଁ ଲୋକେ ସେମାନଙ୍କୁ ଅଟକାଇଥିଲେ। ଏକ ଟାଟା ସୁମୋରେ ଦୁଇ ଜଣ ଗୋରୁ ମାଫିଆ ଅତି ଦୟନୀୟ ଭାବରେ ଗୋରୁ ନେଇ ଯାଉଥିବା ବେଳେ ଗ୍ରାମବାସୀ ମାନେ ଗୋରୁମାନଙ୍କୁ ମୁକ୍ତ କରି ଦୁଇ ଜଣ ମାଫିଆଙ୍କୁ ଅଟକ ରଖି ଆଠଗଡ଼ ପୋଲିସ କୁ ଖବର ଦେଇଥିଲେ। କିନ୍ତୁ ଖବର ପାଇ ଆଠଗଡ଼ ପୋଲିସ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚି ଥିଲେ ବୋଲି ଅଭିଯୋଗ ହୋଇଛି। ଆଠଗଡ଼ ଥାନା ଅଧିକାରୀଙ୍କ ସହିତ ଜଣେ କନଷ୍ଟେବଳ ଓ ହୋମଗାର୍ଡ ପହଞ୍ଚି ମାଫିଆଙ୍କୁ ଗାଡ଼ିରେ ବସାଇଥିଲେ। କିନ୍ତୁ ଆଠଗଡ଼ ପୋଲିସର ଅସାବଧାନତା କି ମାଫିଆ ଙ୍କ ସହିତ ସଲାସୁତୁରା ଯୋଗୁଁ ପୋଲିସ ହେପାଜତରୁ ମାଫିଆମାନେ ଖସି ଯାଇଛନ୍ତି। ପୋଲିସ କେବଳ ସେହି ଟାଟା ସୁମୋ ଗାଡ଼ି କୁ ଜବତ କରିଥିବା ବେଳେ ଏପର୍ଯ୍ୟନ୍ତ ମାଫିଆ ଙ୍କ ଟେର ପାଉନି ଆଠଗଡ଼ ପୋଲିସ୍ ।