ରାଜ୍ୟରେ ମଦ ଦର ବଢିବ କି ? ଏଭଳି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ମଦ ଦର ବୃଦ୍ଧି ନେଇ ଅବକାରୀ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମଦ ଦର ବୃଦ୍ଧି ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମଦ ଦର ବୃଦ୍ଧି ନେଇ ପ୍ରାଇସ ଫିକ୍ସେସନ୍ କମିଟି ରିପୋର୍ଟ ଆସିଛି, ଏହା ଉପରେ ସରକାର ନିଷ୍ପତ୍ତି ନେବେ ।
ସମସ୍ତ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରି ଫିକ୍ସେସନ୍ କମିଟି ନିଷ୍ପତ୍ତି ନିଏ । ୩ଦିନ ତଳେ ଏହି କମିଟି ବସିଥିବା ବେଳେ ମଦ ଦର ବୃଦ୍ଧି ନେଇ ନିଷ୍ପତ୍ତି ଆସିଛି । ଏହା ଉପରେ ରାଜ୍ୟ ସରକାର ବିଚାର କରିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।