ରାଜଧାନୀ ରାଜରାସ୍ତାରୁ ବୁଲା ଗାଈଗୋରୁ ହଟିବେ। ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି। କାଞ୍ଜିଆହଦାଗୁଡିକୁ ପୁଣି କାର୍ଯ୍ୟକ୍ଷମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ଅସହାୟ ଗାଈଗୋରୁଙ୍କ ଯତ୍ନ ନେଉଥିବା ବ୍ୟକ୍ତି ବିଶେଷଙ୍କୁ ୨୦ ହଜାର ଟଙ୍କା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।