ରାତିରେ ରଙ୍ଗୀନ ହେଉଛି ସହର । ପବ୍, କ୍ଲବରେ ମତୁଆଲା ହେଉଛନ୍ତି ଯୁବକ ଯୁବତୀ । ତେବେ ଏହାରି ଭିତରେ କଣ୍ଟ୍ରୋଲ ବାହାରକୁ ଚାଲି ଯାଉଛନ୍ତି କି ଉଚ୍ଚଶିକ୍ଷିତା ? କେଉଁଠି ରାସ୍ତାରେ ଗଡୁଛନ୍ତି ତ ଆଉ କେଉଁଠି ମାଲ ପିଇ ବାଡ଼କୁ ଚଢ଼ି ଯାଉଛନ୍ତି । ଆଉ କେଉଁଠି ପୋଲିସକୁ ଦେଖି ଅଜବ ଅଜବ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଏପରିକି ଚିକିତ୍ସା ପାଇଁ ମେଡିକାଲ ନେଲେ ସେଠାରେ ଡାକ୍ତରଙ୍କୁ ମଧ୍ୟ ଖରାପ ବ୍ୟବହାର କରୁଥିବା ଅଭିଯୋଗ ଆସୁଛି ।
ଆଧୁନିକତା ଓ ଷ୍ଟାଟସ ଦେଖାଇବାକୁ ଯାଇ ଏଭଳି ବାଟ ହୁଡୁଛନ୍ତି ଉଚ୍ଚ ଶିକ୍ଷିତା ।
ପ୍ରତିଦିନ ବିଳମ୍ବିତ ରାତିରେ ମଦ ପିଇ ପଡ଼ୁଛନ୍ତି ରାସ୍ତାଘାଟରେ । ଆଉ ଏମାନଙ୍କ ପାଇଁ ନାକେଦମ୍ ହେଉଛି ପୋଲିସ । ମଙ୍ଗଳବାର ରାତିରେ ଇନଫୋସିଟି ଥାନାଞ୍ଚଳରୁ ଏଭଳି ମାତାଲ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରିଛି କମିଶନରେଟ ପୋଲିସର ହର୍ ଟିମ୍ । ସେପଟେ ସୋମବାର ରାତିରେ ବଡଗଡ ଥାନାଞ୍ଚଳରୁ ସମାନ ଅବସ୍ଥାରେ ଜଣେ ଯୁବତୀଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ତାଙ୍କୁ ଡାକ୍ତର ଙ୍କ ପାଖକୁ ନିଆଯାଉଥିବା ବେଳେ ଏକ ଷ୍ଟ୍ରେଚର ଉପରେ ତାଙ୍କର ନଜର ପଡିଲା ଯେଉଁଥିରେ ଜଣେ ମୃତ ବ୍ୟକ୍ତି ଥିଲେ l ଯୁବତୀ ଜଣକ ସେ ମୃତ ବ୍ୟକ୍ତି ଙ୍କ ପାଖକୁ ଯାଇ ତାଙ୍କୁ ଘୋଡା ହେଇଥିବା ଧଳା କପଡା କୁ କାଢି ମୃତକ ଙ୍କୁ ଆଲିଙ୍ଗନ କଲେ ଏଥିରେ ଉତକ୍ଷିପ୍ତ ହୋଇ ମୃତ ବ୍ୟକ୍ତି ର ପରିବାର ଲୋକ ପୋଲିସ କୁ ଗାଳି ଦେଇଥିଲେ l ସେ ଯୁବତୀ ଜଣକୁ ଡାକ୍ତର ଙ୍କ ପାଖକୁ ନିଆଯାଇଥିଲା ଘଟିଲା ଅଭାବନୀୟ ଘଟଣା ଡାକ୍ତରଙ୍କ ପାଖରେ ଯୁବତୀ ଜଣକ ଠିଆ ହୋଇ ନିଜର ପୋଷାକ ଖୋଲିବାକୁ ଲାଗିଲେ ଯୁବତୀ ଙ୍କ ର ଏଭଳି କାଣ୍ଡ ଦେଖି ଡାକ୍ତର ଜଣଙ୍କ ନିଜ ସିଟ ରୁ ଉଠିକି ପଳେଇଥିଲେ l
ସେପଟେ ମହିଳା ସ୍ବେଚ୍ଛାସେବୀଙ୍କ କହିବା ଅନୁସାରେ ଭୁବନେଶ୍ୱରରେ ଅନେକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରେ ଏବେ ଏଭଳି ଟ୍ରେଣ୍ଡରେ ଫସୁଛନ୍ତି ଯୁବତୀମାନେ । ଆଧୁନିକତା ଓ ଷ୍ଟାଟସ୍ ଦେଖେଇବାକୁ ଯାଇ ଘଟୁଛି ଏଭଳି ଘଟଣା । ତା ସହ ସହରରେ ଚାଲିଥିବା ପବ୍ କଲଚର୍କୁ ବି ଦାୟୀ କରିଛନ୍ତି ସ୍ବେଚ୍ଛାସେବୀ ।
ଏକ ସର୍ଭେ ରିପୋର୍ଟ କହୁଛି ରାଜ୍ୟରେ ୩୦.୨ ପ୍ରତିଶତ ଲୋକ ମଦ୍ୟପାନ କରୁଥିବା ବେଳେ ୨୨.୭ ପ୍ରତିଶତ ସହରୀ ଲୋକ ମଦ୍ୟପାନ କରୁଛନ୍ତି । ଚିନ୍ତାଜନକ କଥା ହେଉଛି, ଏବେ ବଢୁଛି ମହିଳା ମଦ୍ୟପଙ୍କ ସଂଖ୍ୟା । ଜାତୀୟ ହାର ଅପେକ୍ଷା ଓଡ଼ିଶାରେ ମହିଳା ମଦ୍ୟପଙ୍କ ସଂଖ୍ୟା ଅଧିକ । ରାଜ୍ୟର ୪.୩ ପ୍ରତିଶତ ମହିଳା ମଦ୍ୟପାନ କରୁଥିବା ବେଳେ ଜାତୀୟ ହାର ହେଉଛି ମାତ୍ର ୧.୬ ପ୍ରତିଶତ। ଏନେଇ ସଚେତନତା ଜରୁରୀ ।