Odia News Portal

ରାଉରକେଲାରେ ଉଗ୍ର ହେଉଛି ନୂଆ ରେଳ ଲାଇନ ପ୍ରକଳ୍ପକୁ ବିରୋଧ

ରାଉରକେଲାରେ ଏବେ ବି ଲାଗି ରହିଛି ଉତ୍ତେଜନା । ମୃତଦେହ ରଖି ଆନ୍ଦୋଳନରେ ଅଞ୍ଚଳବାସୀ । ଡୁମେର୍ତ୍ତାରୁ ରାଉରକେଲା ଇସ୍ପାତ କାରଖାନାକୁ ନିର୍ମାଣ ରେଳ ଲାଇନକୁ ବିରୋଧ କରି ବସ୍ତିବାସିନ୍ଦା ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅତିରିକ୍ତ ତହସିଲଦାରଙ୍କ ସମେତ ୬ଜଣ ଆହତ ହୋଇଥିଲେ । ଏବେ ବି ବନ୍ଧମୁଣ୍ଡାରେ ପ୍ରବଳ ଉତ୍ତେଜନା ଲାଗିରହିଛି । ନୂଆ ରେଳ ଲାଇନ ପ୍ରକଳ୍ପକୁ ବିରୋଧ କରି ଧାରଣାରେ ବସିଛନ୍ତି ଗାଁ ଲୋକ ।