Odia News Portal

ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ

ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଂଚ କରିବା ପାଇଁ ଯାଇଥିଲା ୧୭ ଜଣିଆ ଟିମ୍ । ରତ୍ନଭଣ୍ଡାର ଭିତରେ ଗୁପ୍ତ ରତ୍ନଭଣ୍ଡାର, ସୁଡ଼ଙ୍ଗ ଖୋଜିବା ସହ ଭିତରେ ଆଉ କିଛି ରହିଛି କି ନାହିଁ ତଦାରଖ କରିଥିଲେ ବିଶେଷଜ୍ଞ ଟିମ୍ । ଏଏସଆଇ ଏଡିଜି ଜାନଭିଜ୍ ଶର୍ମାଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଥିଲା ଏହି ୧୭ ଜଣିଆ ଟିମ୍ । ଏଏସଆଇ ଏଡିଜି ଜାନଭିଜ ଶର୍ମାଙ୍କ ନେତୃତ୍ୱରେ ବିଶେଷଜ୍ଞ ଟିମ୍ ଦ୍ୱାରା ରତ୍ନ ଭଣ୍ଡାରର ଲେଜର ସ୍କାନିଂ କରାଯାଇଛି । ୧୭ ଜଣିଆ ଟିମ୍ ତନ୍ନ ତନ୍ନ କରି ଯାଂଚ କରିବା ସହ କରିଥିଲା ଲେଜର ସ୍କାନିଂ । ତେବେ ଆଜିର ଯାଂଚ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇନି ବରଂ ପରବର୍ତି ପର୍ଯ୍ୟାୟରେ ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ସର୍ଭେ କରାଯିବାକୁ ସ୍ଥିର କରାଯାଇଛି । ସମସ୍ତ ଯାଂଚ ସରିବା ପରେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ । ସରକାରଙ୍କ ଏସଓପି ଅନୁସାରେ ଏଏସଆଇ ମରାମତି କାମ ଆରମ୍ଭ କରିବ । ଏନେଇ ତଦାରଖ କରି ଫେରିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଦେଇଛନ୍ତି ।