ଏବେଠାରୁ କ୍ୟାମେରା ଲେନ୍ସରେ କଏଦ ହେବ ଯାତ୍ରା ମଂଚର ରେର୍କଡ ଡ୍ୟାନ୍ସ । ଆଇଟମ ଡ୍ୟାନ୍ସ ସର୍ତ୍ତମୁଳକ ଅନୁମତି ଦେଇଛି ମାଲକାନଗିରି ପୋଲିସ । ମାଲକାନଗିରି କୋତା ମେଟାଠାରେ ଯାତ୍ରା ମଂଚରେ ସାହୁ ଭାଉଜଙ୍କ ଅଶ୍ଳୀଳ ନୃତ୍ୟ ପରିବେଷଣ ପରେ ଯାତ୍ରା ଆୟୋଜନ କମିଟି ଉପରେ କଟକଣା ଜାରି ହୋଇଛି ।
ଏହି କଟକଣା ଜାରି କରିଛି ମାଲକାନଗିରି ପୁଲିସ । ଯାତ୍ରା ରେକର୍ଡ ଡ୍ୟାନ୍ସ ପରିବେଷଣ ଲାଗି ସର୍ତ୍ତମୁଳକ ଅନୁମତି ଦେଇଥିବା ବେଳେ ଆଇଟମ ଡାନ୍ସର ସମ୍ପୁର୍ଣ୍ଣ ରେକର୍ଡ କରିବା ସର୍ତ୍ତ ରହିଛି । ମାଲକାନଗିରି ସଦର ମହକୁମା ଯାତ୍ରା କମିଟିକୁ ଅନୁମତି ଦେଇଛି ମାଲକାନଗିରି ପୋଲିସ । ବିଶେଷ କରି ଗତ କାଲି ମାଲକାନଗିରି ଡିଏନକେ ଖେଳ ପଡିଆଠାରେ ଆଇଟମ ଗାର୍ଲ ନିଶା ମହାରାଣାଙ୍କ ଆଇଟମ୍ ଡ୍ୟାନ୍ସ ଚାଲିଥିଲା । ଏହାକୁ ଦୃଷ୍ଟିରେ ରଖି ଏପରି ସର୍ତ୍ତ ରଖିଛି ମାଲକାନଗିରି ପୁଲିସ ।
ସେହିଭଳି ସର୍ତ୍ତ ଅନୁସାରେ ନିଶାଙ୍କ ସମସ୍ତ ଡ୍ୟାନ୍ସ ପୁରା ରେକର୍ଡିଂ ହୋଇଥିବା ଦେଖିବାକୁ ମିଳିଥିଲା। ସେପଟେ ଆଇଟମ୍ ଡ୍ୟାନ୍ସ ନ ହେଲେ ଯାତ୍ରାରେ ଭିଡ ଜମୁନି । । ତେଣୁ ଆୟୋଜକ ମାନେ ଯାତ୍ରାରେ ଆଇଟମ ଗାର୍ଲ ଦ୍ବାରା ନୃତ୍ୟ ପରିବେଷଣ କରିବାକୁ ବାଧ୍ୟ ହେଉଛନ୍ତି । ତେବେ ପ୍ରଶାସନିକ କଟକଣା ମାନି ଲିଖିତ ଅଣ୍ଡରଟେକିଙ୍ଗ ଦେବା ସହ ଭିଡିଓ କ୍ୟାମେରା ଲଗାଇ ଆଇଟମ ଡ୍ୟାନ୍ସ କରାଇ ଥିବା କଥା ମାଲକାନଗିରି ସଦର ମହକୁମାର ଯାତ୍ରା ଆୟୋଜନ କମିଟି ପ୍ରତିକ୍ରିୟା ଦେଇଛନ୍ତି ।