Odia News Portal

ମୋଟର ଯାନର ବୀମା ନଥିଲେ  ଯିବେ ଜେଲ୍‌  

ବୈଧ ବୀମା ନଥାଇ ଗାଡି ଚଲାଉଥିଲେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ  ରାଜ୍ୟ ପରିବହନ  ପ୍ରାଧିକରଣ ପକ୍ଷରୁ  ନିଷ୍ପତ୍ତି ହୋଇଛି । ମୋଟର ଯାନ  ଆଇନର ଧାରା ଅନୁସାରେ ଉଲ୍ଲଙ୍ଘନକାରୀଙ୍କୁ ୨ ହଜାର ଟଙ୍କା ଜରିମାନା  କିମ୍ବା ତିନି ମାସ ପର୍ଯ୍ୟନ୍ତ  ଜେଲ୍‌ ଦଣ୍ଡର ବ୍ୟବସ୍ଥା ରହିଛି ।  ଯଦି ଏଭଳି ବାରମ୍ବାର ନିୟମ ଉଲ୍ଲଙ୍ଘନ କରୁଛନ୍ତି ତେବେ  ଜରିମାନା ବାବଦ  ୪ ହଜାର  ଟଙ୍କା ଏବଂ  ୩ ମାସ  ପର୍ଯ୍ୟନ୍ତ  ଜେଲ୍‌ ଭୋଗିବାକୁ ପଡିବ ।  ମୋଟର ଯାନର  ଚଲାଉଥିଲେ ହେଇଯାଅନ୍ତୁ ସାବଧାନ।  ଗାଡିର ବୀମା ନଥିଲେ  ହେବ  ବଡ କାର୍ଯାନୁଷ୍ଠାନ ।   ବୈଧ ବୀମା  ନଥାଇ ଗାଡି ଚଲାଉଥିଲେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ହୋଇଛି । ବୀମା ନଥିବା ଗାଡିକୁ ସ୍ବୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲଗେଟ । ତେଣୁ  ଆସନ୍ତା  ଫେବୃଆରି ପହିଲାରୁ  ରାଜ୍ୟର ବିଭିନ୍ନ ଜାତୀୟ ରୀଜପଥ ରେ ଥିବା ସମମସ୍ତ ୨୨ ଟି ଟୋଲଗେଟ୍‌ ରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି ।

ମୋଟର ଯାନ  ଆଇନ ଧରା ୧୪୬ ଅୁନସାରେ  ପ୍ରତ୍ୟେକେ  ମୋଟର  ଯାନ ବୈଧ ବୀମା ଭୁକ୍ତ ହେବା ବାଧ୍ୟତାମୂଳକ ।  ଯଦି କେହି ଚାଳକ ଏହା ଉଲ୍ଲଙ୍ଘନ କରନ୍ତି  ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୋଟର ଯାନ  ଆଇନର ଧାରା ଅନୁସାରେ ଉଲ୍ଲଙ୍ଘନକାରୀଙ୍କୁ  ୨ ହଜାର ଟଙ୍କା ଜରିମାନା  କିମ୍ବା ତିନି ମାସ ପର୍ଯ୍ୟନ୍ତ  ଜେଲ୍‌ ଦଣ୍ଡର ବ୍ୟବସ୍ଥା ରହିଛି।  ଯଦି  ଏଭଳି ବାରମ୍ବାର ନିୟମ ଉଳ୍ଲଙ୍ଘନ କରୁଛନ୍ତି  ତେବେ  ଜରିମାନା ବାବଦ  ୪ ହଜାର  ଟଙ୍କା ଏବଂ  ୩ ମାସ  ପର୍ଯ୍ୟନ୍ତ  ଜେଲ୍‌ ଭୋଗିବାକୁ ପଡିବ।    
ପରିବହନ ବିଭାଗର କହିବାନୁସସାର  ଅନେକ  ଘରୋଇ ଓ ବ୍ୟବସାୟିକ  ଗାଡି  ନିୟମ ଉଲ୍ଲଙ୍ଘନ  କରି ବୀମା କରୁନାହାଁନ୍ତି  ।  ଫଳରେ  ସଡ଼କ  ଦୁର୍ଘଟଣା ଜନିତ  ମୃତୁରେ  ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି  ପରିବହନ ବିଭାଗ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନେବାକୁ  ପରିବହନ ଆୟୁକ୍ତ  ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ  ଇ-ଡିଟେକ୍ସନ ରେ  ପରମିଟ୍‌, ଫିଟ୍‌ନସେ, ଟିକସ ନିୟମରେ ଉଲ୍ଳଙ୍ଗନକାରୀଙ୍କୁ ଟୋଲଗେଟ୍‌ ରେ ଚିହ୍ନ କରାଯାଉଥିଲା।  ଏବେ  ବୀମା ନିୟମ ଉଲ୍ଲଙ୍ଘନକାରୀଙ୍କୁ ଟୋଲଗେଟ୍‌ରେ ଚିହ୍ନଟ କରାଯିବ।  

ତେବେ  ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ତେଣୁ ଏନଫୋର୍ସମେଣ୍ଟ ରେ ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି । ତେଣୁ ଯଦି ଗାଡିର ବୀମା ନାହିଁ ତୁରନ୍ତ ବୀମା କରାଇନିଅନ୍ତୁ ବୋଲି ପରାମର୍ଶ  ଦେଇଛନ୍ତି  ପରିବହନ ପ୍ରାଧିକରଣ । ତେବେ ସବୁଠୁ ବଡ କଥା  ରାଜ୍ୟରେ  ଏବେ ୯୦ ଲକ୍ଷ ଗାଡି ପଞ୍ଜିକରଣ ହୋଇ  ରାସ୍ତାରେ ଚାଲୁଛି । ହେଲେ କେତେ ସଂଖ୍ୟାର ଗାଡିରେ ବୀମା ନାହିଁ  ସେ ସମ୍ପର୍କିତ ତଥ୍ୟ ପରିବହନ ବିଭାଗରେ ନାହିଁ । ସୂଚନାଅନୁସାରେ, ରାଜ୍ୟ ପରିବହନ ପ୍ରାଧିକରଣ ଗତ ୨୦୨୨ରୁ ଇ-ଡିଟେକ୍ସନ୍ ଆପ୍ଲିକେସନକୁ ବିକଶିତ କରି ଟୋଲଗେଟ୍ ଦେଇ ଯାତାୟତ କରୁଥିବା ମୋଟରଯାନଗୁଡ଼ିକର ବୈଧ ଇନ୍ସ୍ୟୁରାନ୍ସ, ପଲ୍ୟୁସନ୍ ଓ ଫିଟନେସ୍ ସାର୍ଟିଫିକେଟ୍ ଅଛି କି ନାହିଁ ତାହା ଜାଣିବାକୁ ପଦକ୍ଷେପ ନେଇଥିଲେ । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଟୋଲଗେଟ୍ ସହ ଇ-ଡିଟେକ୍ସନ୍ ଆପ୍ଲିକେସନକୁ ସମ୍ମିଳିତ କରାଇ ପରୀକ୍ଷାମୂଳକ ଭାବେ ଏହାର କାର୍ଯ୍ୟକାରିତା ଯାଂଚ କରିଥିଲେ । ଟୋଲଗେଟ୍ ଦେଇ ଯାତାୟତ କରୁଥିବା ସମସ୍ତ ମୋଟର ଯାନଗୁଡ଼ିକ ଉପରେ ନଜର ରଖିବାକୁ ରାଜ୍ୟ ସରକାର ଏହି ଇ-ଡିଟେକ୍ସନ୍ ପୋର୍ଟାଲକୁ ବିକଶିତ କରିଛନ୍ତି ।