Odia News Portal

‘ମୋହନ୍‌ ସରକାର’ର ଦ୍ବିତୀୟ ଦିନରେ ରାଜ୍ୟରୁ ହଟିଲା ୫ଟି ଓ ମୋ ସରକାର

ରାଜ୍ୟରେ ବିଜେପି ସକରାର ଆରମ୍ଭ ହୋଇଛି। ମୋହନ୍‌ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟ ସରକାର ପରିଚାଳିତ ହେଉଛି। ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମାଝୀ ଶପଥ ଗ୍ରହଣ କରିବାର ଅଳ୍ପ ସମୟରେ ବୁଧବାର ରାତିରେ କ୍ୟାବିନେଟ୍‌ ବୈଠକ କରିଥିଲେ। ଏହି ବୈଠକରେ ୪ଟି ପ୍ରସ୍ତାବ ନେଇଥିଲେ, ଯେଉଁଥିରେ ଶ୍ରୀମନ୍ଦିର ପାଇଁ ୨ଟି ଓ ଚାଷୀ ଓ ମହିଳାଙ୍କ ପାଇଁ ୨ଟି ଥିଲା। ମୁଖ୍ୟମନ୍ତ୍ରୀ ଗତକାଲି ଶ୍ରୀମନ୍ଦିରର ୪ଦ୍ବାର ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ରାଜ୍ୟରୁ ୫ଟି ଓ ମୋ ସରକାର ହଟିବ‌ା ନେଇ ନିର୍ଦ୍ଦେଶାନମା ଜାରି ହୋଇଛି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସଚିବଙ୍କ ନିର୍ଦ୍ଦେଶ।

ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ୫ଟି ବ୍ୟବସ୍ଥା ଲାଗୁ ହୋଇଥିଲା। ନବୀନ ପଟ୍ଟନାୟକ ୫ମ ପାଳିରେ ଏହି ବ୍ୟବସ୍ଥା ଲାଗୁ କରିଥିଲେ। ୫ଟି (ଟିମ୍‌ୱାର୍କ, ଟ୍ରାନ୍ସପେରିଏନ୍‌ସି, ଟେକ୍ନୋଲୋଜି, ଟାଇମ୍‌ ଓ ଟ୍ରାନ୍ସଫରମେସନ) ଆଧାରରେ ରାଜ୍ୟର ବିକାଶ ହୋଇପାରିବ ବୋଲି ନବୀନ ସରକାର ଚିନ୍ତା କରିଥିଲେ। ୫ଟି ମାଧ୍ୟମରେ ବିଦ୍ୟାଳୟଗୁଡ଼ିକ ରୂପାନ୍ତରିତ କରିଥିଲେ। ସେହିପରି ମୋ ସରକାର ଅଧିନରେ ମଧ୍ୟ ବିକାଶମୂଳକ କାର୍ଯ୍ୟ କରିଥିଲେ। ତେବେ ୫ଟି‌ରେ ଅବ୍ୟବସ୍ଥା ନେଇ ବିରୋଧୀ, ଠିକାଦାର ଅନେକ ସମୟରେ ଅଭିଯୋଗ ମଧ୍ୟ ଆଣିଥିଲେ।