Odia News Portal

ମେଣ୍ଟ ଚର୍ଚ୍ଚା: ସରିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

ମେଣ୍ଟ ଚର୍ଚ୍ଚା ଭିତରେ ସରିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ଏହି ବୈଠକ ପରେ ବିଜେଡିର ବରିଷ୍ଠ ନେତା ତଥା ଦଳର ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକଙ୍କ ମିଟିଂ ହୋଇଥିଲା । ଏଥିରେ ନିର୍ବାଚନୀ ରଣକୌଶଳ ଉପରେ ଆଲୋଚନା ହୋଇଥିଲା । ଏନେଇ ସୁପ୍ରିମୋଙ୍କୁ ଦଳର ରିପୋର୍ଟ ଦିଆଯାଇଛି । ତେବେ ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକମାନେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ବୋଲି ଉପସଭାପତି ଦେବୀ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । କିନ୍ତୁ ବିଜେଡି-ବିଜେପି ମେଣ୍ଟ ହେବା ପ୍ରସଙ୍ଗରେ ସେ ସେ କିଛି କହିନାହାନ୍ତି ।