Odia News Portal

ମେଡିକାଲ କଲେଜରେ ରୋଗୀଙ୍କ ଆତ୍ମହତ୍ୟା

 ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ରୋଗୀଙ୍କ ଆତ୍ମହତ୍ୟା ଅଭିଯୋଗ। ସିଟି ସ୍କାନ ସେଣ୍ଟର ନିକଟରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ହାତରେ ସାଲାଇନ୍ ଲାଗିଛି।  ମୃତକଙ୍କ ପରିଚୟ ମିଳିପାରିନାହିଁ। ସେ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ମଧ୍ୟ ଜଣାପଡ଼ିନାହିଁ।