‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନ ପରିସରରେ ଜୟ ହିନ୍ଦ୍ ଲେଖି ଅଭିଯାନର ଶୁଭାରମ୍ଭ କରିଛନ୍ତି ସିଏମ୍ । ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଯୋଗଦେଇଥିଲେ । ପରେ ଜଣ ଜଣ କରି ଦଳର ମନ୍ତ୍ରୀ ଓ ବିଧାୟକମାନେ ଦସ୍ତଖତ କରିଥିଲେ । ଏହାପରେ ଏକାଠି ତ୍ରିରଙ୍ଗା ପତାକା ଉଡାଇ ଫହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ରାଜ୍ୟବାସୀ ସାମିଲ୍ ହେବା ପାଇଁ ଅପିଲ୍ କରିଛନ୍ତି । ଏହି ଅବସରରେ ସମସ୍ତ ମନ୍ତ୍ରୀ କାନଭାସରେ ନିଜର ଓଡ଼ିଆରେ ଦସ୍ତଖତ କରିଥିଲେ । ପରେ ସମସ୍ତେ ଆମର ଜାତୀୟ ପତାକା ତ୍ରିରଙ୍ଗାକୁ ଉଡ଼ାଇଥିଲେ । ସମସ୍ତଙ୍କୁ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।