ପୋଲିସ ହାତରେ ଲାଗିଛି ନାବାଳିକାଙ୍କ ଜନ୍ମ ପ୍ରମାଣପତ୍ର । କଟକରୁ ବାଂଲାଦେଶୀ ନାବାଳିକା ଧରାପଡିବା ଘଟଣା । ନାବାଳିକାଙ୍କୁ ଏବେ ୧୭ ବର୍ଷ ବୋଲି ଏହି ସାର୍ଟିଫିକେଟରୁ ଜଣାପଡ଼ିଛି । ବାପା ମା , ଝିଅର ପରିଚୟ ପତ୍ର ଓ ଜନ୍ମ ପ୍ରମାଣପତ୍ର ପୋଲିସକୁ ପଠାଇଛନ୍ତି । ଦଲାଲ୍ ମାନେ ଟଙ୍କା କମିଶନ ରଖି ନାବାଳିକାଙ୍କୁ କିଭଳି ଦେହ ବ୍ୟବସାୟରେ ନିୟୋଜିତ କରୁଥିଲେ, ସେନେଇ ପୋଲିସକୁ ପ୍ରମାଣ ମିଳିଛି । କଟକ ଡିସିପି ଜଗମୋହନ ମୀନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଏବେ ଯାଏଁ ଗିରଫ ତିନି ଜଣ ମଧ୍ୟ କମିଶନ ନେଇ ଦଲାଲ୍ କାମ କରୁଥିଲେ । ଏହି ଘଟଣାରେ କିଛି ଦଲାଲ୍ ଫେରାର୍ ଅଛନ୍ତି। ପୋଲିସ ସେମାନଙ୍କୁ ଧରିବା ପାଇଁ ଅପରେସନ ଜାରି ରଖିଛି ।