ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି ।ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାର ଗତି କେଉଁ ଆଡକୁ ଏହି ପ୍ରସଙ୍ଗ ଉଠିଥିଲା । ଖାଦ୍ୟାଭାବ ଯୋଗୁଁ କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୩ଜଣଙ୍କର ମୃତ୍ୟୁ ହୋଇଛି ଗୃହରେ ଏଭଳି ପ୍ରଶ୍ନ ପଚାରିଛନ୍ତି ମାନ୍ୟବର ବିଧାୟିକା ଶ୍ରାମତୀ ପ୍ରମିଳା ମଲ୍ଲିକ ଏବଂ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବଙ୍କ ଓ ଅନ୍ୟ ମାନ୍ୟବର ବିଧାୟକ । ତେବେ ଏହାର ଉତ୍ତର ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରଖିଛନ୍ତି । କହିଛନ୍ତି, ଜାତୀୟ ସୁରକ୍ଷା ଆଇନ ୨୦୧୩ ଅନୁଯାୟୀ, ପ୍ରତ୍ୟକ ଅଗ୍ରାଧିକାର ପରିବାରଙ୍କୁ , ମାସିକ ମୁଣ୍ଡପିଛା ୫ କିଲୋଗ୍ରାମ ଏବଂ ପ୍ରତ୍ୟକ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରଙ୍କୁ ମାସିକ ପରିବାର ପିଛା ୩୫ କିଲୋଗ୍ରାମ ଖାଦ୍ୟଶସ୍ୟ ମାଗଣାରେ ଦିଆଯାଉଛି । ଏହା ଛଡା ହିତାଧିକାରୀଙ୍କୁ ଅତିରିକ୍ତ ମାଣ୍ଡିଆ କୋଟା ମଧ୍ୟ ମାଗଣାରେ ବଣ୍ଟନ କରାଯାଇଛି । ରାଜ୍ୟ ସରକାର ୬୦, ୨୭୧ ଜଣ ନିଃସ୍ୱ ଏବଂ ୩,୯୫୮୯୫ ଜଣ ଦିବ୍ୟାଙ୍ଗ , ୧,୭୨, ୦୯୪ ଜଣ ଆଦିମ ଅନୁସୂଚିତ ଜନଜାତି ସଦସ୍ୟଙ୍କୁ ଦିଆଯାଉଛି । ସର୍ୱମୋଟ ୧୪, ୦୫,୦୨୭ ଜଣ ସଦସ୍ୟଙ୍କୁ , ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ମାଗଣାରେ ଚାଉଳ ବିତରଣ କରୁଛୁା କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କାରେ ଗତ ଜୁଲାଇ , ଅଗଷ୍ଟ ଓ ସେପ୍ଟେମ୍ବର ୨୦୨୪ ମାସର ଚାଉଳ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦିଆଯାଇଥିଲା । ଏହା ବ୍ୟତୀତ ୨୬ ସେପ୍ଟେମ୍ବର , ୨୭ ସେପ୍ଟେମ୍ବରରେ ରୁନୁ ମାଝି, ରମିତା ପାଟ ମାଝି ଏବଂ ଜିତା ମାଝୀଙ୍କ ପରିବାରକୁ ଅତିରିକ୍ତ ୧୨ କିଲୋଗ୍ରାମ ଲେଖାଏଁ ମାଣ୍ଡିଆ ମଧ୍ୟ ଦିଆଯାଇଥିଲା । ହିତାଧିକାରୀଙ୍କୁ ବିନା ଇକେଫ୍ୱାସିରେ ତାଙ୍କ ମାସିକ ଚାଉଳ କୋଟା ବିତରଣ କରାଯାଉଛି । ମେଡିକାଲ ରିପୋର୍ଟ ଅନୁଯାୟୀ ଏହି ଦୁର୍ଭାଗ୍ୟଜନକ ଘଟଣାଟି ଖାଦ୍ୟ ଅଭାବରୁ ନୁହେଁ ବରଂ ଫୁଡ ପଏଜନିଂ ସମସ୍ୟାରୁ ହୋଇଛି କହିଛନ୍ତି କୃଷ୍ଣ ଚନ୍ଦ୍ର ପାତ୍ର । ଏଥିପାଇଁ ଉପରୋକ୍ତ ପରିବାର ସଦସ୍ୟଙ୍କୁ ଆବଶ୍ୟକିୟ ଚିକିତ୍ôସା ପାଇଁ ପଦକ୍ଷେପ ନେଇଛନ୍ତିା ରାଜ୍ୟ ସରକାର ଆହୁରି ସାଧାରଣ ବଣ୍ଟନ ହବ୍ୟବସ୍ଥା ସୁଦୃଢ କରିବେ କହିଛନ୍ତି ମନ୍ତ୍ରୀ । ଏଥିପାଇଁ ବିଭିନ୍ନ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ହିତାଧିକାରୀଙ୍କୁ ସେମାନଙ୍କ ମାସିକ ଖାଦ୍ୟ ଶସ୍ୟ କୋଟା ଯଥେଷ୍ଟ ପୂର୍ୱରୁ ଉପଲବ୍ଧ କରାଯିବ । ଖାଦ୍ୟ ଶସ୍ୟ କୋଟାର ଗୋଦାମରୁ ଉଠାଣ ତଥା ଡିଲର କେନ୍ଦ୍ରରେ ବଣ୍ଟନ କରାଯିବ ଏବଂ ହିତାଧିକାରୀଙ୍କୁ ଏକାଥରକେ ମାସିକିଆ ଅଥବା ଦୁଇ ମାସିକିଆ ଖାଦ୍ୟ ଶସ୍ୟ କୋଟା ଦିଆଯିବ ।