ମିଶନ ଶକ୍ତି ମହିଳାଙ୍କୁ ଦରମା ଦେବାକୁ ବିଜେପି ସରକାର ଷଡଯନ୍ତ୍ର କରୁଛନ୍ତି ବୋଲି ନବୀନ ପଟ୍ଟନାୟକ କହିବା ପରେ ଏହାର ଜବାବ ଦେଇଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। କହିଛନ୍ତି, ‘ଅସତ୍ୟ କହିବାର ପରାକାଷ୍ଠା ହେଉଛନ୍ତି ନବୀନ । ସରକାର ମହିଳାମାନଙ୍କ ସହ ଥିଲା ଓ ମହିଳାମାନଙ୍କ ସହ ଅଛି କହିଲେ ନବୀନ ।
ହେଲେ ସେ ନିଜେ ଉତ୍ତର ଦେବେ କି ମମିତା, ବେବିନା, କୁନ୍ଦୁଲି ପୀଡ଼ିତାମାନେ ଝିଅ ନଥିଲେ କି? ଆଜି ଏମବିକେ, ସିଆରପି ମାନଙ୍କ କଥା କହୁଛନ୍ତି, ସେମାନେ ୮ ମାସ ହେଲା ଦରମା ପାଇନାହାନ୍ତି। କିନ୍ତୁ ବିଜେପି ସରକାର ତ ୫ ମାସ ହେଲା ଆସିଛି । ପୂର୍ବ ୩ ମାସ କିଏ ସରକାରରେ ଥିଲା ?ଚୁକ୍ତି ସରିବା ବେଳେ ବିଜେଡ଼ି ସରକାର ଥିଲା।? ଯଦି ଆପଣ ଏତେ ସମ୍ବେଦନଶୀଳ, ତାହେଲେ କାହିଁକି ଚୁକ୍ତି ନବୀକରଣ କରିନଥିଲେ ? କାହିଁକି ମହିଳା ମାନଙ୍କୁ ମଝି ଦରିଆରେ ଛାଡ଼ିଦେଲେ? କାହିଁକି ସେମାନଙ୍କୁ ଆଜି ହାତବାରିଶି କରୁଛନ୍ତି? ମହିଳାଙ୍କୁ ଦଳୀୟ ପ୍ରଚାରରେ ଲଗାଇଲେ, ହେଲେ ପରେ ତାଙ୍କୁ ପଛ ପଟୁ ଛୁରି ମାରିଲେ । ମାଆ ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡ଼ି’ ବୋଲି ଟଙ୍କଧର କହିଛନ୍ତି।