Odia News Portal

ମହାଲିଙ୍ଗ-ଅରୁଣ ମୁହାଁମୁହିଁ

ଆଜି ବିଧାନସଭା ବଜେଟ ଅଧିବେଶନର ୪ର୍ଥ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହ କାର୍ୟ୍ୟ ସୁରୁଖୁରୁରେ ଚାଲିଥିଲା । ଆଶା କରାଯାଉଥିଲା ଆଜି ରାଜ୍ୟ ବଜେଟ ଆଗତ ହେବାକୁ ଥିବାବେଳେ ଗୃହ କାର୍ୟ୍ୟ ସୁରୁଖୁରୁରେ ଚାଲିବ । ତେବେ ତାହା ହୋଇପାରିଲା ନାହିଁ । ପୁଣି ବିଧାନସଭାରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଏହି କ୍ରମରେ ଆଜି ଶୂନ୍ୟକାଳରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ବିଜେଡି ବିଧାୟକ ଅରୁଣ ସାହୁ ମୁହାଁମୁହିଁ ହୋଇଛନ୍ତି । ବିଧାନସଭା ପ୍ରୋସିଡିଂକୁ ନେଇ ଦୁଇ ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଛି ।

ଅରୁଣ ସାହୁ କହିଛନ୍ତି ଯେ ‘ ବିରୋଧୀ ନୋ ନବୀନ ପଟ୍ଟନାୟକଙ୍କୁ ଗିରଫ କରାଯିବାକୁ ସଂସଦୀୟ ମନ୍ତ୍ରୀ କହିଛନ୍ତି । ଏହି ମନ୍ତବ୍ୟକୁ ପ୍ରୋସିଡିଂରୁ ବାଦ ଦିଆଯାଉ । ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏନେଇ ଦୁଃଖ ପ୍ରକାଶ କରନ୍ତୁ । ଯଦି ସାହସ ଅଛି ତେବେ ବିରୋଧୀ ଦଳ ନେତାଙ୍କୁ ଗିରଫ କରନ୍ତୁ ।’

ତେବେ ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ‘ ମୁଁ କୌଣସି ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିନାହିଁ । ବିରୋଧୀ ଦଳ ନେତାଙ୍କ ସମ୍ମାନହାନୀ ହେଲା ଭଳି କିଛି କହିନାହିଁ । କୌଣସି ମନ୍ଦ ଉଦେ୍ଧଶ୍ୟ ନଥିଲା । ଗୃହ ବିଚାର କରୁ । ପୂର୍ବତନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପାଗଳ କହିଥିଲେ । ବିଜେଡି ସରକାର ତାଙ୍କୁ ରାଞ୍ଚି ପଠାଇବାକୁ କହିଥିଲେ ।’