୭ଜାନୁଆରୀ, ୨୦୨୫ରେ ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ତରଫରୁ hMPV ଏବଂ ମହାମାରୀର ଆଶଙ୍କାକୁ ନେଇ ଗୋଟିଏ ସ୍ପଷ୍ଟୀକରଣ ତଥା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ପ୍ରତିବର୍ଷ ଶୀତଋତୁରେ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ଥଣ୍ଡା-ଛିଙ୍କ, ଜ୍ବର, କାଶ ଆକ୍ରାନ୍ତଙ୍କ ସ°ଖ୍ୟାରେ ବୃଦ୍ଧି ଦେଖାଯାଏ। ଶିଶୁ, ବୟସ୍କଙ୍କ ମଧ୍ୟରେ ନିମୋନିଆ ଆକ୍ରାନ୍ତଙ୍କ ସ°ଖ୍ୟା ବଢି hospitalizationର ମାତ୍ରା ବୃଦ୍ଧି ପାଏ। ଏହି ଥଣ୍ଡା-ଛିଙ୍କ ବା ଫ୍ଲୁ ପରି ସମସ୍ୟା ବିଭିନ୍ନ ଋତୁ ଭିତ୍ତିକ ଭାଇରସ୍ ଯଥା ସିଜନାଲ୍ ଇନଫ୍ଲୁଞ୍ଜା (seasonal influenza), ରେସ୍ପିରେଟୋରୀ ସିନ୍ସିଟିଆଲ୍ ଭାଇରସ୍ (RSV), ହ୍ୟୁମାନ୍ ମେଟାନିମୋ ଭାଇରସ୍ (hMPV) ଏବଂ ମାଇକୋପ୍ଲାଜମା ନିମୋନି (mycoplasma pneumoniae) କାରଣରୁ ଦେଖାଯାଏ। ସେମିତି ଚଳିତ ବର୍ଷ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଚାଇନାରେ (ବିଶେଷ କରି ଉତ୍ତର ଭାଗରେ) seasonal influenza, rhinovirus, RSV, and hMPV ସ°କ୍ରମଣ ବୃଦ୍ଧି ପାଇଛି।
୭ଜାନୁଆରୀ, ୨୦୨୫ରେ ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ତରଫରୁ hMPV ଏବଂ ମହାମାରୀର ଆଶଙ୍କାକୁ ନେଇ ଗୋଟିଏ ସ୍ପଷ୍ଟୀକରଣ ତଥା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ପ୍ରତିବର୍ଷ ଶୀତଋତୁରେ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ଥଣ୍ଡା-ଛିଙ୍କ, ଜ୍ବର, କାଶ ଆକ୍ରାନ୍ତଙ୍କ ସ°ଖ୍ୟାରେ ବୃଦ୍ଧି ଦେଖାଯାଏ। ଶିଶୁ, ବୟସ୍କଙ୍କ ମଧ୍ୟରେ ନିମୋନିଆ ଆକ୍ରାନ୍ତଙ୍କ ସ°ଖ୍ୟା ବଢି hospitalizationର ମାତ୍ରା ବୃଦ୍ଧି ପାଏ। ଏହି ଥଣ୍ଡା-ଛିଙ୍କ ବା ଫ୍ଲୁ ପରି ସମସ୍ୟା ବିଭିନ୍ନ ଋତୁ ଭିତ୍ତିକ ଭାଇରସ୍ ଯଥା ସିଜନାଲ୍ ଇନଫ୍ଲୁଞ୍ଜା (seasonal influenza), ରେସ୍ପିରେଟୋରୀ ସିନ୍ସିଟିଆଲ୍ ଭାଇରସ୍ (RSV), ହ୍ୟୁମାନ୍ ମେଟାନିମୋ ଭାଇରସ୍ (hMPV) ଏବଂ ମାଇକୋପ୍ଲାଜମା ନିମୋନି (mycoplasma pneumoniae) କାରଣରୁ ଦେଖାଯାଏ। ସେମିତି ଚଳିତ ବର୍ଷ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଚାଇନାରେ (ବିଶେଷ କରି ଉତ୍ତର ଭାଗରେ) seasonal influenza, rhinovirus, RSV, and hMPV ସ°କ୍ରମଣ ବୃଦ୍ଧି ପାଇଛି।
ଏହାଛଡା ବିଭିନ୍ନ ଉତ୍ତର ଗୋଲାର୍ଦ୍ଧ ଦେଶ ଗୁଡିକରେ ମଧ୍ୟ influenza-like illness (ILI) and/or acute respiratory infection (ARI) ବା ଥଣ୍ଡା-ଛିଙ୍କ, ଜ୍ବର, କାଶର ସ°କ୍ରମଣ ବୃଦ୍ଧି ପାଇଛି। କିନ୍ତୁ ଯେହେତୁ ପୃଥିବୀର ସବୁ ଦେଶରେ ସବୁ ସମୟରେ surveillance ବା ଲଗାତାର ଯାଞ୍ଚ୍ ହୁଏ ନାହିଁ ତେଣୁ ଏସବୁ ସ°କ୍ରମଣ କରୁଥିବା ଭାଇରସ୍ ସମ୍ପର୍କରେ ସବୁ ସମୟରେ ସବୁ ଦେଶରୁ ସଠିକ୍ ଖବର ଜଣା ପଡେ ନାହିଁ। କିନ୍ତୁ ବର୍ତ୍ତମାନ ଚାଇନାରେ ଦେଖା ଯାଉଥିବା ଫ୍ଲୁ ଋତୁ ଜନିତ ସ°କ୍ରମଣ hMPV କାରଣରୁ ହୋଇଛି। ୨୦୦୧ ପରଠାରୁ ଏହି ଭାଇରସ ଦ୍ବାରା ଆମ ଭିତରରୁ ଅନେକ ଭାରତରେ ମଧ୍ୟ ସ°କ୍ରମିତ ହୋଇଥିବେ। କିନ୍ତୁ ଯେହେତୁ ଆମ ଭିତରେ ବର୍ତ୍ତମାନ ସୁଦ୍ଧା “କୋଭିଡ୍-୧୯” ମହାମାରୀକୁ ନେଇ ଥିବା ଭୟ ସମ୍ପୂର୍ଣ୍ଣ ଭାବରେ ଯାଇନାହିଁ, ତେଣୁ ଯେତେବେଳେ ହଠାତ୍ ଏଇ ଅଳ୍ପ ଦିନ ତଳେ ସୋସିଆଲ୍ ମିଡିଆରେ ଚାଇନାରେ hMPV ଜନିତ ସ°କ୍ରମଣ ସ°ଖ୍ୟା ବୃଦ୍ଧିର ଖବର ବ୍ୟାପିଲା ତେଣୁ ତାକୁ ନେଇ ଭୟ ସୃଷ୍ଟି ହେବା ଗୋଟିଏ ସ୍ବଭାବିକ କଥା। କିନ୍ତୁ ଏହି ଭୟ ବା panic ପରିସ୍ଥିତି ଅନେକ ସମୟରେ ପ୍ରକୃତ ରୋଗଠାରୁ ଅଧିକ ଭୟଙ୍କର ହୋଇଥାଏ।
HMPV କ’ଣ:
HMPVର ପୁରା ନାଁ ହେଉଛି Human Metapneumovirus (ହ୍ୟୁମାନ୍ ମେଟାନିମୋଭାଇରସ୍)। ଏହା RSV, ମିଳିମିଳା ଏବଂ ଗାଲୁଆ (Mumps) ଶ୍ରେଣୀର ଭୁତାଣୁ ଅଟେ। ଏହାକୁ ୨୦୦୧ ମସିହାରେ ସର୍ବପ୍ରଥମେ ଠାବ କରା ଯାଇଥିଲା। ଏବଂ ତା’ ପରଠାରୁ ଏହି ଭାଇରସ୍ ସାରା ପୃଥିବୀରେ ବିଭିନ୍ନ ସ୍ଥାନରେ ରହିଛି। ଶ୍ବାସନଳୀରେ ସ°କ୍ରମଣ କରୁଥିବା ଅନ୍ୟାନ୍ୟ RSV ଏବଂ ଫ୍ଲୁ ଭୁତାଣୁ ପରି ଏହା ମଧ୍ୟ ସାଧାରଣ। ଶୀତ ଋତୁ ଏବଂ ଆଦ୍ୟ ବସନ୍ତରେ ଏହାର ସ°କ୍ରମଣର ସ°ଖ୍ୟା ବୃଦ୍ଧି ପାଏ। ଏହା ସାଧାରଣତଃ upper respiratory tract (ନାଶା ଏବଂ ଗଳା)ରେ ସ°କ୍ରମଣ ସୃଷ୍ଟି କରେ। ସାଧାରଣତଃ ୫ ବର୍ଷ ବୟସ ହେଲା ବେଳକୁ ପ୍ରାୟ ସମସ୍ତେ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ସାରିଥାନ୍ତି। ଏଥିରେ ସାଧାରଣ ଥଣ୍ଡା-ଛିଙ୍କ ପରି ସମସ୍ୟା ଦେଖାଯାଏ କିନ୍ତୁ ୫ବର୍ଷରୁ କମ୍ ବୟସର ଶିଶୁ ଏବଂ ୬୫ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସ୍କଙ୍କ ଠାରେ ଏହା ତୀବ୍ର ହେବାର ଆଶଙ୍କା ଥାଏ। ବିଶେଷଜ୍ଞଙ୍କ ମତରେ ୫ବର୍ଷରୁ କମ୍ ଶିଶୁଙ୍କ ଠାରେ ଦେଖା ଯାଉଥିବା ସମସ୍ତ ଥଣ୍ଡା-ସର୍ଦ୍ଦି-ଜ୍ବର ମଧ୍ୟରୁ ପାଖାପାଖି ୧୦ -୧୨% ଏହି hMPV କାରଣରୁ ହୋଇଥାଏ ଏବଂ ଏଥିରୁ ୫ -୧୬% କ୍ଷେତ୍ରରେ ଏହା ନିମ୍ନ-ଶ୍ବାସନଳୀ ବା lower respiratory tract ସ°କ୍ରମଣ ବା ନିମୋନିଆ ଆଦି କରାଇଥାଏ। ୬ ମାସରୁ ୧୨ମାସର ଶିଶୁଙ୍କ କ୍ଷେତ୍ରରେ ଏହା ଅଧିକ ଘାତକ ସ°କ୍ରମଣ ସୃଷ୍ଟି କରିବାର ଆଶଙ୍କା ରହିଥାଏ।
ଅଧିକ ପଢ଼ନ୍ତୁ: HMPVରେ ଆକ୍ରାନ୍ତ ହେଉଛନ୍ତି ବୟସ୍କ ଓ ଶିଶୁ; ଜାଣନ୍ତୁ ଏହାର ଲକ୍ଷଣ…
କୋଭିଡ୍-୧୯ ଠାରୁ ଅଲଗା କେମିତି: ୨୦୧୯ରେ ଦେଖା ଯାଇଥିବା ବିଶ୍ବ ମାହାମାରୀ SARS – CoV-2 ଭୁତାଣୁ ସର୍ବପ୍ରଥମେ ୨୦୧୯ରେ ହିଁ ଦେଖା ଯାଇଥିଲା। ମଣିଷର ଇମ୍ୟୁନ୍ ସିଷ୍ଟମ୍ ବା ଶରୀର ପ୍ରାକୃତିକ ରୋଗପ୍ରତିଷେଧକ ବ୍ୟବସ୍ଥା ଏହି ଭୁତାଣୁ ଦ୍ବାରା ଆଗରୁ କେବେ ସ°କ୍ରମିତ ନହୋଇଥିବା କାରଣରୁ ତ’ପ୍ରତି ପ୍ରତିଷେଧକ ବା ଆଣ୍ଟିବଡି ମଧ୍ୟ ତିଆରି ହୋଇନଥିଲା। ଏହା ଛଡା ଉକ୍ତ ଭୂତାଣୁର ସ°କ୍ରମଣର ତୀବ୍ରତା, ଲକ୍ଷଣ, ଚିକିତ୍ସା ବିଷୟରେ ମଧ୍ୟ ଚିକିତ୍ସା ବିଜ୍ଞାନ ପାଖରେ ଜ୍ଞାନର ଅଭାବ ରହିଥିଲା। କିନ୍ତୁ hMPV ଭୁତାଣୁ ଦ୍ବାରା ମାନବ ସମାଜ ପାଖାପାଖି ୨୦ ବର୍ଷରୁ ଉର୍ଦ୍ଧ୍ବ ହେଲା ସ°କ୍ରମିତ ହୋଇ ଆସୁଛି। ତେଣୁ ଆମ ଶରୀରର ଇମ୍ୟୁନ୍ ସିଷ୍ଟମ୍ ପାଇଁ ଏହା ନୂଆ ନୁହେଁ।
HMPV ସ°କ୍ରମଣର ସାଧାରଣ ଲକ୍ଷଣ:
ନାକରୁ ପାଣି ଗଡିବା
ନାକ ଚୁଣ୍ଟି ହେବା
ଗଳା ଦରଜ
ଜ୍ବର
ଚର୍ମରେ ଦାନାଦାନା rash ହେବା
କାଶ ହେବା
ସାମାନ୍ୟ ଧଇଁସଇଁ ଲାଗିବା
ନିଶ୍ୱାସ-ପ୍ରଶ୍ବାସରେ ସେଁ ସେଁ ଶବ୍ଦ ହେବା
ଜଟିଳ ସ°କ୍ରମଣ କ୍ଷେତ୍ରରେ: ୫ ବର୍ଷରୁ କମ୍ ଏବଂ ୬୫ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି, ପୂର୍ବରୁ ଶ୍ବାସରୋଗ କିମ୍ବା ରୋଗପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି ଯେମିତିକି HIV ସ°କ୍ରମିତ କିମ୍ବା କର୍କଟରୋଗର ଚିକିତ୍ସାଧିନ କିମ୍ବା autoimmune disease ରେ ପିଡୀତ ବ୍ୟକ୍ତିଙ୍କ ଠାରେ HMPV ସ°କ୍ରମଣ ଜଟିଳ ସମସ୍ୟା ସୃଷ୍ଟି କରି ପାରେ ଏବଂ ଏହାପାଇଁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିପାରେ।
HMPV ସୃଷ୍ଟି କରୁଥିବା ଜଟିଳତା ଗୁଡିକ ହେଲା:
ପୂର୍ବରୁ ଥିବା ଶ୍ବାସରୋଗ (ଆସ୍ଥମା ଆଦି) ବଢି ଯିବା
ନିମୋନିଆ (ଫୁସଫୁସର କ୍ଷୁଦ୍ର ଏବଂ ସୁକ୍ଷ୍ମ ଶ୍ବାସନଳିକା ଗୁଡିକରେ ଗାଢ ଓ ଆବିଳ ନିଃସ୍ୟନ୍ଦ (exudate) ଜମା ହୋଇ ନିଶ୍ୱାସ ପ୍ରଶ୍ବାସରେ କଷ୍ଟ ହୁଏ)
ବ୍ରୋଙ୍କାଇଟିସ୍ (ଶ୍ବାସନଳୀ ବା ଫୁସଫୁସର ବାୟୁନଳୀ ଗୁଡିକର ପ୍ରଦାହ (inflammation))
ବ୍ରୋଙ୍କିଓଲାଇଟିସ୍ (ଫୁସଫୁସର ଅତି ସୂକ୍ଷ୍ମ ନଳୀର ପ୍ରଦାହ)
କାନ ସ°କ୍ରମଣ (otitis media)
ସ°କ୍ରମଣ ହୁଏ କେମିତି:
ଛିଙ୍କ, କାଶ
ସ°କ୍ରମିତ ବ୍ୟକ୍ତିଙ୍କ ସହ ହାତ ମିଳାଇବା, ଆଲିଙ୍ଗନ, କିସ୍ କରିବା
ସ°କ୍ରମିତ ବ୍ୟକ୍ତି ଛିଙ୍କ କିମ୍ବା କାଶ ପରେ ହାତ ନଧୋଇ ଛୁଇଁଥିବା କୋୖଣସି ବସ୍ତୁକୁ ଛୁଇଁବା ଦ୍ବାରା
ଚିକିତ୍ସା:
ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ୍ ଔଷଧ ଉପଲବ୍ଧ ନାହିଁ
ଲକ୍ଷଣ ଭିତ୍ତିକ ଚିକିତ୍ସା ହିଁ ହୋଇଥାଏ। ଲକ୍ଷଣ ତୀବ୍ର କିମ୍ବା ଜଟିଳ ହେଲେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା କରିଯାଏ
ସାଧାରଣ ଲକ୍ଷଣ କ୍ଷେତ୍ରରେ କୌଣସି ଚିକିତ୍ସା ଆବଶ୍ୟକତା ନଥାଏ, ପାଞ୍ଚରୁ ସାତ ଦିନ ଭିତରେ ସ°କ୍ରମଣ ଆପେ ଅପସରି ଯାଏ। ସ°କ୍ରମଣ ଛାଡିଲେ ମଧ୍ୟ କାଶ କିଛି ଲମ୍ବା ଦିନ ଧରି ଲାଗି ରହିପାରେ।
ଯେହେତୁ ଏହା ଗୋଟିଏ ଭୂତାଣୁ ଜନିତ ସ°କ୍ରମଣ ଏଥିରେ ଆଣ୍ଟିବାୟୋଟିକ ସେବନର କୌଣସି ଆବଶ୍ୟକତା ନଥାଏ।
ସୁରକ୍ଷା (prevention)ର ଉପାୟ:
ଯଦି ସ°କ୍ରମଣ ଦ୍ବାରା ଜଟିଳ ସମସ୍ୟାର ଆଶଙ୍କା ରହିଛି କିମ୍ବା ରୋଗପ୍ରତିରୋଧକ ଶକ୍ତି କମ୍ ତେବେ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ କିମ୍ବା ମାସ୍କ ବ୍ୟବହାର କରନ୍ତୁ।
ଥଣ୍ଡା, ଛିଙ୍କ, କାଶ ଭୋଗୁଥିବା ବ୍ୟକ୍ତିଙ୍କ ଠାରୁ ଦୂରତାରେ ରୁହନ୍ତୁ।
ହାତ ସଫା ନକରି ଆଖି, ନାକ, ପାଟିରେ ହାତ ମାରନ୍ତୁ ନାହିଁ।
ଆବଶ୍ୟକ ସ୍ଥଳରେ ହ୍ୟାଣ୍ଡ୍-ସାନିଟାଇଜର୍ ବ୍ୟବହାର କରନ୍ତୁ।
ବାହାରେ ଖାଇବା ସମୟରେ ନିଜ ଚାମଚ, ଥାଳି ଆଦି ଅନ୍ୟ ସହ ସେୟାର କରନ୍ତୁ ନାହିଁ।
ଥଣ୍ଡା-ଛିଙ୍କ ଲକ୍ଷଣ ଦେଖାଗଲେ କ’ଣ କରିବେ:
ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ। ନିଜେ ଫେସ୍ ମାସ୍କ ବ୍ୟବହାର କରନ୍ତୁ। କୌଣସି ବସ୍ତୁକୁ ଛୁଇଁବା ପୂର୍ବରୁ ହ୍ୟାଣ୍ଡ୍-ସାନିଟାଇଜର୍ ବ୍ୟବହାର କରନ୍ତୁ।
ଉଷୁମ ଲୁଣ ପାଣିରେ ଗଳା ସଫା କରନ୍ତୁ।
ଅଧିକରୁ ଅଧିକ ଉଷୁମ କିମ୍ବା ଗରମ ତରଳ ଖାଦ୍ୟ ଗ୍ରହଣ କରନ୍ତୁ।
ଡାକ୍ତରଙ୍କ ପରାମର୍ଶ କେତେବେଳେ ନେବେ:
୧୦୨ -୧୦୩ ଡିଗ୍ରୀ ଜ୍ବର ରହିଲେ
କାଶ, କଫ କିମ୍ବା ଧଇଁସଇଁ ବଢି, ଅନିୟନ୍ତ୍ରିତ ଲାଗିଲେ କିମ୍ବା ଅଣନିଶ୍ବାସୀ ଲାଗିଲେ
ଓଠ, ନଖ, ଚମଡା ନୀଳ ପଡିଗଲେ