Odia News Portal

ମହାକୁମ୍ଭ ମେଳାରେ ବୁଡ଼ ପକାଇଲେ ରାଷ୍ଟ୍ରପତି

ମହାକୁମ୍ଭ ମେଳାରେ ବୁଡ଼ ପକାଇଲେ ରାଷ୍ଟ୍ରପତି । ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ ଆଜି ପ୍ରୟାଗରାଜ ଗସ୍ତ କରିଛନ୍ତି । କୁମ୍ଭମେଳାରେ ପୂଜା କରିବା ସହ ସଙ୍ଗମ ସ୍ଥଳରେ ବୁଡ଼ ପକାଇଲେ ରାଷ୍ଟ୍ରପତି । ସେ ମେଳାରେ ପ୍ରାୟ ୮ ଘଣ୍ଟା ବିତାଇବେ । ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉତ୍ତରପ୍ରଦେଶ ମୁ୍ଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ରହିଛନ୍ତି । ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ପରେପ୍ରଥମ ଥର ପାଇଁ ଦ୍ରୌପଦୀ ମୁର୍ମୁ କୁମ୍ଭମେଳାରେ ବୁଡ ପକାଇବେ । ରାଷ୍ଟ୍ରପତି ଗସ୍ତ ସମୟରେ ସନାତନ ଧର୍ମର ପ୍ରତୀକ ଅକ୍ଷୟବଟ ଗଛ ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି । ପରେ ପାଖରେ ଥିବା ବଡ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ବିଶ୍ବର ସବୁଠୁ ବଡ଼ ଧାର୍ମିକ କାର୍ୟ୍ୟକ୍ରମ କୁହାଯାଉଥିବା କୁମ୍ଭମେଳାରେ ଏପର୍ୟ୍ୟନ୍ତ ୪୦ କୋଟିରୁ ଅଧିକ ଲୋକ ବୁଡ଼ ପକାଇସାରିଲେଣି ।