Odia News Portal

ମହଙ୍ଗା ହେବ ପ୍ଲାଷ୍ଟିକ

ତେବେ ସୁନା, ରୁପା, ମୋବାଇଲ, ଚାର୍ଜର, ବ୍ୟାଟେରୀ ଓ କ୍ୟାନସର ଔଷଔ ଶସ୍ତା ହେବାକୁ ଥିବାବେଳେ ପ୍ଲାଷ୍ଟିକ ମହଙ୍ଗା ହେବ । କାରଣ ପେଟ୍ରୋକେମିକାଲ ଉପôାଦ ଶୁଳ୍ପ ବଢ଼ିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସମ୍ପର୍କିତ ଉପôାଦ ଉପରେ ଶୁଳ୍କ ବଢ଼ିବ ।
ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ୩ ପ୍ରକାର କ୍ୟାନସର ଔଷଧ ଉପରୁ କଷ୍ଟମ ଡୁ୍ୟଟି କମିବ । ଔଷଧ ଓ ମେଡିକାଲ ଜିନିଷ ଉପରୁ କଷ୍ଟମ ଡୁ୍ୟଟି କମିବ । ଏକ୍ସରେ ଟୁ୍ୟବ ଊପରୁ ମଧ୍ୟ ଅର୍ଥମନ୍ତ୍ରୀ ଶୁଳ୍କ ହ୍ରାସ ନେଇ ଘୋଷଣା କରିଛନ୍ତି । 
ସେହିପରି  ମୋବାଇଲ, ଚାର୍ଜର ଓ ବ୍ୟାଟେରୀ ଶସ୍ତା ହେବ । ସମ୍ପୃକ୍ତ ଜିନିଷ ଉପରୁ କଷ୍ଟମ ଡୁ୍ୟଟି ହ୍ରାସ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ସୋଲାର ପ୍ୟାନେଲ ଓ ସାମୁଦ୍ରିକ ଉପôାଦ ମଧ୍ୟ ଶସ୍ତା ହେବ । ଅନ୍ୟପକ୍ଷରେ ୩ ପ୍ରକାର କ୍ୟାନସର ଔଷଧ ଉପରୁ କଷ୍ଟମ ଡୁ୍ୟଟି କମିବ । ଔଷଧ ଓ ମେଡିକାଲ ଜିନିଷ ଉପରୁ କଷ୍ଟମ ଡୁ୍ୟଟି କମିବ । ଏକ୍ସରେ ଟୁ୍ୟବ ଊପରୁ ମଧ୍ୟ ଅର୍ଥମନ୍ତ୍ରୀ ଶୁଳ୍କ ହ୍ରାସ ନେଇ ଘୋଷଣା କରିଛନ୍ତି । 

ତେବେ ବଜେଟ ଉପସ୍ଥାପନବେଳେ ଅର୍ଥମନ୍ତ୍ରୀ କ’ଣ ସବୁ କହିଛନ୍ତି ତାହା ସଂକ୍ଷେପରେ ଜାଣନ୍ତୁ
-ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା
– ଗରିବ, ମହିଳା, ଯୁବବର୍ଗ ଓ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା
– ପିଏମ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବୃଦ୍ଧି କରାଯାଇଛି
-୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି
– ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା

-୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ
-୧କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ କରିବାକୁ ପ୍ରୋତ୍ସାହନ
-ଚାଷୀଙ୍କ ଉପôାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ
-ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ
-କୃଷିକ୍ଷେତ୍ର ପାଇଁ ୧ ଲକ୍ଷ ୫୨ହଜାର କୋଟିର ପ୍ରବଧାନ
-ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ‘ପୂର୍ବୋଦୟ’ ସ୍କିମ । 
-ପୂର୍ବାଞ୍ଚଳ ରାଜ୍ୟ ସହ ଆଉ ୫ଟି ରାଜ୍ୟ ସାମିଲ ହେବେ ।
-ଏହି ସ୍କିମରେ ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରେଦଶ ।
-ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବିଶେଷ ଘୋଷଣା 
-ବିହାରରେ ବିମାନବନ୍ଦର ଓ ମେଡିକାଲ କଲେଜର ବିକାଶ ହେବ । 
-ନୂଆ ବିମାନମନ୍ଦର ଓ ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ ।  
– ଆନ୍ଧ୍ରପ୍ରଦେଶ ପୋଲାଭରମ ପ୍ରକଳ୍ପର ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ
-ପୋଲାଭରମ ପ୍ରକଳ୍ପ ଆନ୍ଧ୍ରର ଜୀବନ ରେଖା
– ଆଉ ୩ କୋଟି ଆବାସ ଗୃହ ନିର୍ମାଣ ହେବ
-ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ଗୃହ ନିର୍ମାଣ ହେବ
-ମହିଳା ଓ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୩ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଛି 
-ମୁଦ୍ରା ଲୋନରେ ଲୋନ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି । 
-ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ ନେଇପାରିବେ । 
-ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ ହେବ 
 -ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ
– ପିପିପି ମୋଡରେ ରେଣ୍ଟାଲ ହାଉସିଂ ବ୍ୟବସ୍ଥା  ନିର୍ମାଣ ହେବ -ଡର୍ମିଟୋରୀ ବ୍ୟବସ୍ଥା ରହିବ, ଯେଉଁଥିରେ ଶ୍ରମିକମାନେ ସୁବିଧାରେ ରହିପାରିବେ
-ଦେଶର ବିଭିନ୍ନ ସହରରେ ୧୦୦ ଷ୍ଟ୍ରିଟଫୁଡ ହବ ନିର୍ମାଣ କରାଯିବ
-ବଛା ବଛା ସହରରେ ୧୦୦ ଷ୍ଟ୍ରିଟଫୁଡ ହବ ଓ ହାଟ ନିର୍ମାଣ ହେବ
-୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ । 
-ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ  ୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ
-ସରକାରୀ ସହାୟତାରେ ଲୋକଙ୍କ ଘର ଛାତ ଉପରେ ସୋଲାର ପ୍ୟାନେଲ ଲାଗିବ
-ପ୍ରତି ଘରୁ ମାସିକ ୩୦୦ ୟୁନିଟ ବିଜୁଳି ଉପôାଦନ ଲକ୍ଷ୍ୟ ରଖାଯାଇଛି 
-ଆଉ ୨୫ ହଜାର ଗାଁକୁ ପକ୍କା ରାସ୍ତା ନିର୍ମାଣ କରାଯିବ
– ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହା ନିର୍ମାଣ କରାଯିବ
-୫ରାଜ୍ୟକୁ ବନ୍ୟା ନିୟନ୍ତ୍ରଣ ସହାୟତା ପ୍ରଦାନ
-ବନ୍ୟା ମୁକାବିଲା ପାଇଁ ବିହାରକୁ ମିଳିବ ୧୧, ୫୦୦ କୋଟି
– ଆସାମ, ହିମାଚଳପ୍ରଦେଶ, ସିକ୍କିମ ଓ ଉତ୍ତରାଖଣ୍ଡକୁ ମଧ୍ୟ ମିଳିବ ସହାୟତା
-ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବିଜେଟରେ ଘୋଷଣା 
-ମନ୍ଦିର, ବନ୍ୟଜନ୍ତୁ ଓ ସାମୁଦ୍ରିକ ସମ୍ପଦ ପାଇଁ ଓଡ଼ିଶା ଜଣାଶୁଣା
-ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ 
-ରାଜ୍ୟଗୁଡ଼ିକୁ ଦୀର୍ଘମିଆଦି ଋଣ ଯୋଗାଣ ଚାଲୁ ରହିବ
– ରାଜ୍ୟଗୁଡ଼ିକୁ ୫୦ ବର୍ଷ ଅବଧି ବିଶିଷ୍ଟ ଋଣ ଯୋଗାଣ ହେବ
-ବିନା ସୁଧରେ ରାଜ୍ୟଗୁଡ଼ିକୁ ଋର ଯୋଗାଇ ଦିଆଯିବ
-୩ ପ୍ରକାର କ୍ୟାନସର ଔଷଧ ଉପରୁ କଷ୍ଟମ ଡୁ୍ୟଟି କମିବ
-ଔଷଧ ଓ ମେଡିକାଲ ଜିନିଷ ଉପରୁ କଷ୍ଟମ ଡୁ୍ୟଟି କମିବ
 -ଏକ୍ସରେ ଟୁ୍ୟବ ଊପରୁ ମଧ୍ୟ ଅର୍ଥମନ୍ତ୍ରୀ ଶୁଳ୍କ ହ୍ରାସ ନେଇ ଘୋଷଣା
-ଏଣିକି ମୋବାଇଲ, ଚାର୍ଜର ଓ ବ୍ୟାଟେରୀ ଶସ୍ତା ହେବ
-ସମ୍ପୃକ୍ତ ଜିନିଷ ଉପରୁ କଷ୍ଟମ ଡୁ୍ୟଟି ହ୍ରାସ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି
– ସୋଲାର ପ୍ୟାନେଲ ଓ ସାମୁଦ୍ରିକ ଉପôାଦ ମଧ୍ୟ ଶସ୍ତା ହେବ
-ସୁନା ଓ ରୁପା ଶସ୍ତା ହେବ
 -ସୁନା, ରୁପା ଓ ପ୍ଲାଟିନମ ଉପରୁ କଷ୍ଟମ ଡୁ୍ୟଟି ହ୍ରାସ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି
– ସୁନା ଓ ରୁପା ଉପରୁ କଷ୍ଟମ ଡୁ୍ୟଟି ୬ ପ୍ରତିଶତ ହ୍ରାସ ହେବ
– ପ୍ଲାଟିନମ ଉପରୁ କଷ୍ଟମ ଡୁ୍ୟଟି ୬.୪ ପ୍ରତିଶତ ହ୍ରାସ କରାଯିବ ।