ମଣ୍ଡିରେ କଟନୀ ଛଟନୀ କଥାକୁ ସ୍ୱୀକାର କଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ବାହାରେ ବିକିଲେ ୨୧୦୦ ରୁ ୨୨୦୦ ଟଙ୍କା ମିଳିବ। ସେଥିପାଇଁ କିଛି କାଟିଲେ ବି ଚାଷୀ ଧାନ ବିକ୍ରି କରୁଛନ୍ତି । ରାଜ୍ୟ ସରକାର ପ୍ରାୟ ୩୦ ହଜାର ଟନ ଧାନ କିଣି ସାରିଲେଣି । ବିରୋଧୀ କେବଳ ରାଜନୀତି କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଚାଷୀଙ୍କ ସମସ୍ୟାକୁ ସରକାର ନଜରରେ ରଖିଛନ୍ତି । ଅଦିନିଆ ବର୍ଷା ପାଇଁ ମାନ କମିଥିବାରୁ କିଛି ଜାଗାରେ କଟନି ଛଟନି ହେଉଛି । ଯେଉଁଠି ଅଧିକାରୀ ଅବହେଳା କରିଛନ୍ତି କାର୍ୟ୍ୟନୁଷ୍ଠାନ ହେଉଛି ।