ଆସନ୍ତା ୧୭ ତାରିଖ (ମଙ୍ଗଳବାର) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ । ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅନ୍ତର୍ଗତ ସମସ୍ତ ସ୍କୁଲ୍ ଓ କଲେଜକୁ ସଂପୂର୍ଣ୍ଣ ଛୁଟି ଘୋଷଣା କରାଯାଇଛି । କେବଳ ଏତିକି ନୁହେଁ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) ପ୍ରଥମାର୍ଦ୍ଧ ଛୁଟି ରହିବ ।
ଅପରାହ୍ନ ୨ଟା ଯାଏ ଏସବୁ କାର୍ଯ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି । ସୁଭଦ୍ରା ଯୋଜନା ଶୁଭାରମ୍ଭ ଦିନ ରାଜଧାନୀରେ ବିପୁଳ ଜନସମାଗମ ସମ୍ଭାବନା ଥିବାରୁ ସମସ୍ତ ସ୍କୁଲକୁ ସଂପୂର୍ଣ୍ଣ ଛୁଟି ଏବଂ ସରକାରୀ କାର୍ଯ୍ୟାଳୟକୁ ପ୍ରଥମାର୍ଦ୍ଧ ଛୁଟି ରଖିବାକୁ ନିଷ୍ପତ୍ତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।