Odia News Portal

 ଭୟଙ୍କର ଦୁର୍ଘଟଣା: PCR ଭ୍ୟାନକୁ ଚାପିଦେଲା ହାଇୱା, ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ଭୟଙ୍କର ଦୁର୍ଘଟଣା। PCR ଭ୍ୟାନକୁ ଚାପିଦେଲା ବାଲି ବୋଝେଇ ହାଇୱା। ଘଟଣାସ୍ଥଳରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ଆଉ ଜଣେ ଗୁରୁତର SCBରେ ଭର୍ତ୍ତି। ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଚୁରମାର ହୋଇାଯାଇଛି ପୋଲିସ ଭ୍ୟାନ୍। କଟକ CRRI ଥାନା ପିସିଆର ପାଟ୍ରୋଲିଂ ବେଳେ, ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି।

ତେବେ ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, ତାକୁ ନେଇ ନାନା ସନ୍ଦେହ ଜାତ ହୋଇଛି। କାରଣ ପିସିଆର ଭ୍ୟାନଟିକୁ ରାସ୍ତା ଉପରେ କାଗଜ ଭଳି ଚାପି ନିଜେ ଓଲଟି ପଡ଼ିଛି ବାଲି ବୋଝେଇ ହାଇୱା। ପୋଲିସ ଆଜି ସକାଳୁ ଦୁର୍ଘଟଣାସ୍ଥଳକୁ ଆସି ଚୁରମାର ହୋଇଥିବା ପିସିଆଇର ଭ୍ୟାନକୁ ଉଦ୍ଧାର କରିଛି। ପୋଲିସ ଏ ସମ୍ପର୍କରେ ତଦନ୍ତ କରୁଛି।