Odia News Portal

ଭୋଟ ଦେଲେ ପ୍ରଦୀପ ପାଣିଗ୍ରାହୀ

ରାଜ୍ୟରେ ଜାରି ରହିଛି ମତଦାନ । ଏହି କ୍ରମରେ ବ୍ରହ୍ମପୁର ଲୋକସଭା ଆସନ ସମେତ ଏହା ଅଧୀନସ୍ଥ ୭ ବିଧାନସଭା ଆସନରେ ଭୋଟଗ୍ରହଣ ଚାଲିଛି । ଭୋଟରମାନେ ବୁଥରେ ପହଞ୍ଚି ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ନିଜ ଗ୍ରାମରେ ସ୍ଥିତ ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି । ତାଙ୍କ ସହିତ ପତ୍ନୀ ସୁଜାତା ପାଣିଗ୍ରାହୀ ମତଦାନ କରିଛନ୍ତି । ଏହି ସମୟରେ ପ୍ରଦୀପ ବିଜେଡି ସରକାର ଉପରେ ପ୍ରବଳ ବର୍ଷିଛନ୍ତି  । ସେ କହିଛନ୍ତି ଯେ, ଲୋକେ ବିଜେଡିକୁ ରାଜ୍ୟରୁ ବିତାଡିତ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି । ନିଯୁକ୍ତି ଠାରୁ ଆରମ୍ଭ ଚିଟଫଣ୍ଡ ଓ ଖଣି ପର୍ୟ୍ୟନ୍ତ ସବୁ କ୍ଷେତ୍ରରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ତେଣୁ ଲୋକେ ବିଜେପିକୁ ଭୋଟ ଦେବାକୁ ସ୍ଥିର କରିଛନ୍ତି । ବିଜେପି ନିଶ୍ଚୟ ଜିତିବ ଏବଂ  ଜୁନ ୧୦ ତାରିଖରେ ନିଶ୍ଚୟ ଓଡ଼ିଶାରେ ବିଜେପି ସରକାର ଶପଥ ନେବ ବୋଲି କହିଛନ୍ତି ।