Odia News Portal

ଭୁବନେଶ୍ବର ସହଦେବ ନାୟକ ହତ୍ୟାକାଣ୍ଡ : ଅଭିଯୁକ୍ତଙ୍କ ପୋଷାକରେ ଲାଗିଥିବା ରକ୍ତର ହେବ ଡିଏନଏ ଟେଷ୍ଟ

 ଭୁବନେଶ୍ବର ରସୁଲଗଡ଼ ଓଭରବ୍ରିଜ ଉପରେ ସହଦେବ ନାୟକ ହତ୍ୟା ଘଟଣାରେ ସଂଗୃହିତ ରକ୍ତର ହେବ ଡିଏନଏ ଟେଷ୍ଟ  । ଅଭିଯୁକ୍ତଙ୍କ ପୋଷାକରେ ଲାଗିଥିବା ରକ୍ତର ଡିଏନଏ ପରୀକ୍ଷା କରାଯିବ ।  ନମୁନାକୁ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଯାଇଛି ।  ଘଟଣାସ୍ଥଳରୁ ମିଳିଥିବା ରକ୍ତ ଛିଟା ଓ ଅଭିଯୁକ୍ତଙ୍କ କପଡାରୁ ମିଳିଥିବା ନମୁନାକୁ ମେଳ କରାଯିବ  । 

ଏ ନେଇ ସୂଚନା ଦେଇଛି କମିଶନରେଟ ପୋଲିସ ।  ୫୫ଟି କ୍ୟାମେରା ଯାଞ୍ଚ ପରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ଼  ।  କେଦାରପଲ୍ଲୀ ବସ୍ତିର ସହଦେଵ ନାୟକ ସଫେଇ ସଂଘ ର ନେତୃତ୍ୱ ନେଉଥିଲେ। ବ୍ୟକ୍ତିଗତ ଶତ୍ରୁତା ଓ ବ୍ରାଉନସୁଗର କାରବାର ପାଇଁ ତାଙ୍କର ହତ୍ୟା କରାଯାଇଥିବା ପୂର୍ବରୁ ସୂଚନା ଦେଇଥିଲା ପୋଲିସ  ।