ଭୁବନେଶ୍ବରରେ ପୁଣି ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ। ଯୁବତୀ ଜଣକ ସଫ୍ଟୱେର ଇଞ୍ଜିନିୟର ବୋଲି ସୂଚନା ମଳିଛି। ତାଙ୍କ ନାମ ଶ୍ଵେତା ଉତ୍କଳ କୁମାରୀ ଓ ଘର ଭଦ୍ରକ ଅଞ୍ଚଳରେ । ଏକ ଭଡା ଘରୁ ଶ୍ଵେତା ଉତ୍କଳ କୁମାରୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ। ମୃତ୍ୟୁର କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ । ମୃତ ଦେହ କୁ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ପରିବାର ଲୋକଙ୍କୁ ଏନେଇ ସୂଚନା ଦେଇଛି ପୋଲିସ।