Odia News Portal

ବଢ଼ିଲା ବିଜେଡି କଳି: ଦେବାଶିଷ ସାମନ୍ତରାୟ କହିଲେ, ଦଳରେ ଶୃଙ୍ଖଳା ଭଙ୍ଗ କରୁଛନ୍ତି ସୁଲତା ଦେଓ

ୱାକଫ୍‌ ବିଲ୍‌କୁ ନେଇ ଆହୁରି ବଢିଲା ବିଜେଡି କନ୍ଦଳ । ସୁଲତା ଦେଓଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ବଢିଲା ବିବାଦ । ସୁଲତା ଦେଓଙ୍କୁ ଟାର୍ଗେଟ୍ କଲେ ଦେବାଶିଷ ସାମନ୍ତରାୟ । କହିଛନ୍ତି, ଦଳକୁ ସୁଲତା କେବେ ଆସିଛନ୍ତି ଏକଥା ସମସ୍ତେ ଜାଣନ୍ତି । ଜଣେ ଜୁନିୟର ସଭ୍ୟ ହୋଇ ପୁଣି ମୁଖିଆ ମନା କଲା ପରେ ବି ସେ ଟ୍ବିଟ୍ କରି ବିବାଦ ବଢ଼ାଉଛନ୍ତି । ଏକଥା ଆଗକୁ ନବୀନ ବିଚାର କରିବେ ।

ଗତକାଲି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ସୁଲତା ଦେଓ । ସସ୍ମିତ ପାତ୍ରଙ୍କୁ ସମର୍ଥନ କରିବା ସହ ମୁନା ଖାଁଙ୍କୁ ଟାର୍ଗେଟ୍ କରିଥିଲେ । ସୁଲତା ଦେଓ ଲେଖିଥିଲେ, ବିବେକାନୁମୋଦିତ ଭୋଟ୍ ଦେବା ପାଇଁ ଗତ ୭ ତାରିଖରେ ନବୀନ ପଟ୍ଟନାୟକ ସିଧା ଶବ୍ଦରେ କହିଥିଲେ । ମୁନା ଖାଁ ଓ ତାଙ୍କ ସହ ଆସିଥିବା ଦେବାଶିଷ ସାମନ୍ତରାୟଙ୍କ ସମର୍ଥକଙ୍କୁ ମଧ୍ୟ ନବୀନ ଏକଥା ସିଧା କହିଥିଲେ । ସୁଲତାଙ୍କ ଏପରି ପୋଷ୍ଟ ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ ସାମନ୍ତରାୟ । ସେହିପରି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ଯାହା କହିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମତ । ଦଳ ବିଷୟରେ ଯାହା କହିଛନ୍ତି ଆଗାମୀ ଦିନରେ ଦଳ ତାହା ବିଚାର କରିବ ।